ଖେଳ ପାଇଁ ବିଦ୍ୟାଳୟ ପାଠ୍ୟକ୍ରମ କମିବ

ନୂଆଦିଲ୍ଲୀ: ବିଦ୍ୟାଳୟସ୍ତରରେ କ୍ରୀଡ଼ାକୁ ଅଗ୍ରାଧିକାର ଦେବା ଲାଗି ଆସନ୍ତା ବର୍ଷ ପାଠ୍ୟକ୍ରମରେ ଖେଳ ସାମିଲ ହେବ। ଖେଳ ଲାଗି ଏକ ସ୍ୱତନ୍ତ୍ର ବାଧ୍ୟତାମୂଳକ ପିରିୟଡ ରହିବ। ବିଦ୍ୟାଳୟ ପାଠ୍ୟକ୍ରମରେ ୫୦ ପ୍ରତିଶତ ହ୍ରାସ କରି ଖେଳ ସାମିଲ କରାଯିବ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଧନ ସିଂହ ରାଠୋର କହିଛନ୍ତି। ସଂପ୍ରତି ଖେଳକୁ ପାଠ ଭାବେ ବିଚାର କରାଯାଉନାହିଁ। ହେଲେ ଖେଳ ପାଠ ବୋଲି ସେ କହିଥିଲେ। ଖେଳର ଉନ୍ନତିି ପାଇଁ ମନ୍ତ୍ରାଳୟ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନେଇଛି। ୨୦୨୨ ସୁଦ୍ଧା ଭାରତୀୟ କ୍ରୀଡ଼ା ପ୍ରାଧୀକରଣ (ସାଇ)ର ମାନବ ସମ୍ବଳକୁ ୫୦ ପ୍ରତିଶତ କମାଇ ଦିଆଯିବ। ଏହି ବଳକା ଅର୍ଥକୁ କ୍ରୀଡ଼ାର ଉନ୍ନତି ଲଗାଯିବ। ଚଳିତ ବର୍ଷ ୨୦ ସ୍ପତନ୍ତ୍ର କ୍ରୀଡ଼ା ବିଦ୍ୟାଳୟରେ ୭ରୁ ୧୦ କୋଟି ଟଙ୍କା ସରକାର ଖର୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଭାରତ ଗସ୍ତରେ ଥିବା ୨୦୧୯ ରଗ୍‌ବି ବିଶ୍ୱକପ୍‌ ଟ୍ରଫି ଉନ୍ମୋଚନ ବେଳେ ରାଠୋର ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର