ରମଜାନରେ ଇଫ୍‌ତାର ଦାଓ୍ଵତ ଦେବ ଆରଏସଏସ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ଵୟଂ ସେବକ ସଙ୍ଘ (ଆରଏସଏସ) ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ରମଜାନର ପୂରା ମାସରେ ଇଫ୍‌ତାର ଦାଓ୍ଵତ ଦେବାକୁ ଘୋଷଣା କରିଛି। ଆରଏସଏସ ସହିତ ଜଡିତ ସଙ୍ଗଠନ ମୁସଲିମ ରାଷ୍ଟ୍ରୀୟ ମଞ୍ଚ (ଏମଆରଏମ) ଏହି ଇଫ୍‌ତାର ଦାଓ୍ଵତ ଦେବ। ଏମଆରଏମ ରମଜାନର ପ୍ରାରମ୍ଭିକ ୨୦ ଦିନରେ ଦୁଇଟି ରାଜ୍ୟରେ ରୋଜା-ଇଫ୍‌ତାର ଦାଓ୍ଵତର ବ୍ୟବସ୍ଥା କରିବ। ଅନ୍ୟ ୧୦ ଦିନରେ ଇଦ୍-ମେଳର ସମାରୋହ ଚାଲିବ।

ଏହି କାର୍ଯ୍ୟ ଦ୍ଵାରା ଆରଏସଏସ ମୁସଲମାନଙ୍କ ସହ ଜଡିତ ହେବାକୁ ଚାହୁଁଛି ବୋଲି କୁହାଯାଉଛି। ଏହି ଇଫ୍‌ତାର ଦାଓ୍ଵତର ଆୟୋଜନ ତ ମମଗ୍ର ଗାଜ୍ୟରେ ହେବ। କିନ୍ତୁ ହାଇଦ୍ରବାଦ ଓ ବିଜୟଓ୍ଵାଡା ପରି ସହରରେ ଅଧିକ ଧ୍ୟାନ ଦିଆଯିବ। ଏହା ପ୍ରଥମ ଥର ପାଇଁ ହୋଇଛି ଯେତେବେଳେ ଏମଆରଏମ ଏପରି କୌଣସି ସଂଗଠନ ଆୟୋଜନ କରୁଛି। ଅବଶ୍ୟ ପୂର୍ବରୁ ବି ଯଦିଓ ଏମଆରଏମ କେତେକ ଥର ଇଫ୍‌ତାର ଓ ଇଦ୍-ମେଳର ଆୟୋଜନ କରିଛି।

ମୁସଲିମ ରାଷ୍ଟ୍ରୀୟ ମଞ୍ଚର ସଂରକ୍ଷକ ଡ. ଇନ୍ଦ୍ରେଶ୍ କୁମାର ଆରଏସଏସର ଏହି ଆୟୋଜନ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦେଶର ପ୍ରଗତି ପାଇଁ ଘୃଣାର ଦମନ କରାଯିବା ଉଚିତ। ଏହି କାରଣରୁ ଆମେ ସମସ୍ତଙ୍କୁ ଏକାଠି କରିବାକୁ ଐତିହାସିକ ପଦକ୍ଷେପ ନେଇଛୁ। ଏମଆରଏମର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ସମଗ୍ର ଦେଶରେ ରମଜାନର ପବିତ୍ର ମାସରେ ଅତି କମରେ ଗୋଟିଏ ଦିନ ପାଇଁ ଇଫ୍‌ତାର ଆୟୋଜନର କାମ କରିବେ।

ମୁସଲିମ୍ ରାଷ୍ଟ୍ରୀୟ ମଞ୍ଚ, ରାଷ୍ଟ୍ରୀୟ ସ୍ଵୟଂ ସେବକ ସଙ୍ଘ ଅର୍ଥାତ୍ ଆରଏସଏସ ସହିତ ଜଡିତ ଏକ ସଙ୍ଗଠନ ଅଟେ। ଦେଶରେ ଦୁଇ ଧର୍ମ ମଧ୍ୟରେ ବ୍ୟାପିଥିବା ଘୃଣାକୁ କମ କରି ଓ ମୁସଲମାନଙ୍କୁ ହିନ୍ଦୁଙ୍କ ନିକଟକୁ ଆଣିବା ଉଦ୍ଦେଶ୍ୟରେ ନଭେମ୍ବର ୨୦୦୨ରେ ଏହାର ସ୍ଥାପନା କରାଯାଇଥିଲା।

ସମ୍ବନ୍ଧିତ ଖବର