ଇସ୍ଲାମ୍ବାଦ୍ : କିଛି ଦିନ ତଳେ ପାକିସ୍ତାନ ସରକାର କିନ୍ନରମାନଙ୍କ ସମ୍ମାନ,ସୁରକ୍ଷା ଏବଂ ତାଙ୍କୁ ସଶକ୍ତ କରିବା ପାଇଁ ଏକ ବିଲ ପାସ୍ କରିଥିଲେ । ଏହି ବିଲ ପାସ ହେବା ପରେ ପାକିସ୍ତାନରେ ପ୍ରଥମ ଥର ପାଇଁ ଜଣେ କିନ୍ନରଙ୍କୁ ସମ୍ବାଦ ପରିବେଷଣ କରିବାର ଅନୁମତି ଦିଆ ଯାଇଛି । ଏହା ପାକିସ୍ତାନ ଇତିହାସରେ ପ୍ରଥମ ବୋଲି ଜଣା ପଡ଼ିଥିବା ବେଳେ ସାରା ବିଶ୍ୱ ଏହି ପଦକ୍ଷେପ ପାଇଁ ପାକିସ୍ତାନକୁ ପ୍ରଶଂସା କରିବା ସହ ଅଭିନନ୍ଦନ ମଧ୍ୟ ଜଣାଇଥିବା ଦେଖିବାକୁ ମିଳିଛି ।
ଏ ନେଇ ସବିଶେଷ ସୂଚନା ମିଳି ନ ଥିବା ବେଳେ ଏହି ଖବରଟିକୁ ଟ୍ଵିଟରରେ ସେୟାର କରି ବିବିସିର ବରିଷ୍ଠ ସାମ୍ବାଦିକ ଶିରାଜ୍ ହସନ୍ ପ୍ରଥମେ ଲୋକଲୋଚନକୁ ଆଣିଥିଲେ । ଏହି ଟ୍ଵିଟ୍ରେ ସମ୍ବାଦ ପରିବେଷଣ କରୁଥିବା କିନ୍ନର ମାଭିଆ ମଲ୍ଲିକ୍ଙ୍କ ଫଟୋ ଥିବା ବେଳେ ପାକିସ୍ତାନର ପ୍ରଥମ କିନ୍ନର ସମ୍ବାଦ ପରିବେଷକ ବୋଲି ଲେଖି ସେ ଟ୍ଵିଟ୍ କରିଥିଲେ ।
#Pakistan first transgender news caster on screen now - Maavia Malik pic.twitter.com/uXJipyrEfL
— Shiraz Hassan (@ShirazHassan) March 23, 2018
ଶିରାଜ୍ଙ୍କ ଟ୍ଵିଟ୍ ପରେ ଟ୍ଵିଟ୍ରରେ ହଙ୍ଗମା ହେବା ସହ ଉଭୟ ଭାରତ ଏବଂ ପାକିସ୍ତାନର ଲୋକମାନେ ପାକିସ୍ତାନର ଏହି ପ୍ରୟାସକୁ ପ୍ରଶଂସା କରିଥିଲେ । ସମସ୍ତେ ମାଭିଆଙ୍କୁ ଶୁଭକାମନା ଜଣାଇବା ସହ ଏହି ପଦକ୍ଷପ ଅନ୍ୟ ଦେଶକୁ ଅନୁପ୍ରାଣିତ କରିବ ବୋଲି କହିଥିଲେ ।
MashaAllah great move.we must give and provide equal opportunities for them rather they will bagging dancing of the road.They deserve education and to be respected as well. Bravo to this news channel.
— Dr Mehmood Riaz Gill (@drgills73) March 24, 2018