ପ୍ରଥମ ଥର ପାଇଁ ଭାରତର ମୃତ୍ୟୁ ହାର ୨.୫ ପ୍ରତିଶତରୁ କମ

ଜାତୀୟ ମୃତ୍ୟୁ ହାରଠାରୁ କମରେ ରହିଛନ୍ତି ୨୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ

ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମାମଲାଗୁଡ଼ିକର ଚିକିତ୍ସା ପରିଚାଳନା ଉପରେ କେନ୍ଦ୍ର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରମାନଙ୍କ ପ୍ରୟାସ ଦ୍ଵାରା ଭାରତର ମୃତ୍ୟୁ ହାର ୨.୫ ପ୍ରତିଶତ ତଳକୁ ଖସିଛି । ପ୍ରଭାବଶାଳୀ ଆବଦ୍ଧାଞ୍ଚଳ ରଣନୀତି, ପରୀକ୍ଷଣ ଏବଂ ରୋଗୀଙ୍କ ଚିକିତ୍ସାର ମାନ ଉପରେ ଆଧାରିତ ଚିକିତ୍ସା ପରିଚାଳନାର ନିୟମାବଳୀ ଯୋଗୁଁ ମୃତ୍ୟୁ ହାର ଯଥେଷ୍ଟ ହ୍ରାସ ପାଇଛି । ମୃତ୍ୟୁ ହାର ଧୀରେ ଧୀରେ ହ୍ରାସ ପାଇ ବର୍ତ୍ତମାନ ୨.୪୯ ପ୍ରତିଶତରେ ପହଞ୍ଚିଛି ଯାହା ଭାରତରେ ସର୍ବନିମ୍ନ ।

କେନ୍ଦ୍ର ମାର୍ଗଦର୍ଶନରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସରକାରୀ ଏବଂ ବେସରକାରୀ କ୍ଷେତ୍ରର ପ୍ରୟାସକୁ ମିଶାଇ ପରୀକ୍ଷା ଏବଂ ଡାକ୍ତରଖାନାର ଭିତ୍ତିଭୂମି ବୃଦ୍ଧି କରିଛନ୍ତି । ବୃଦ୍ଧ, ଗର୍ଭବତୀ ମହିଳା ଏବଂ ସହ-ଅସୁସ୍ଥତା ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ଅନେକ ରାଜ୍ୟ ଜନସଂଖ୍ୟା ସର୍ଭେ କରିଛନ୍ତି । ମୋବାଇଲ ଆପ ପରି ବୈଷୟିକ ସମାଧାନ ବିପଦପୂର୍ଣ୍ଣ ଜନସଂଖ୍ୟାକୁ ନିରନ୍ତର ନୀରିକ୍ଷଣରେ ରଖିବା ସୁନିଶ୍ଚିତ କରିଛି, ଯାହା ଦ୍ଵାରା ଶୀଘ୍ର ଚିହ୍ନଟ, ସମୟୋଚିତ ଡାକ୍ତରୀ ଚିକିତ୍ସା ଏବଂ ମୃତ୍ୟୁହାର ହ୍ରାସକୁ ସୁନିଶ୍ଚିତ କରାଇପାରିଛି । ତୃଣମୂଳ ସ୍ତରରେ, ଆଶା ଏବଂ ଏଏନଏମ ପରି ଆଗଧାଡିର ସ୍ୱାସ୍ଥ୍ୟ କର୍ମୀମାନେ ପ୍ରବାସୀ ଜନସଂଖ୍ୟାକୁ ପରିଚାଳନା କରିବା ଏବଂ ଗୋଷ୍ଠୀ ସଚେତନତା ସୃଷ୍ଟି କରିବା ପାଇଁ ପ୍ରଶଂସନୀୟ କାର୍ୟ୍ୟ କରିଛନ୍ତି । ଫଳସ୍ୱରୂପ, ଜାତୀୟ ମୃତ୍ୟୁ ହାରଠାରୁ ୨୯ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ କମରେ ରହିଛନ୍ତି । ୫ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଶୂନ ମୃତ୍ୟୁହାର ସଂଖ୍ୟାରେ ରହିଛନ୍ତି । ୧୪ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୧ ପ୍ରତିଶତରୁ କମ ମୃତ୍ୟୁ ହାର ରହିଛି ଯାହା ଦେଶର ପ୍ରଶଂସନୀୟ ଜନସ୍ୱାସ୍ଥ୍ୟ ଜନିତ ପଦକ୍ଷେପ ଯୋଗୁ ସମ୍ଭବ ହୋଇଛି ।

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୃତ୍ୟୁହାର (%ରେ) ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୃତ୍ୟୁହାର (%ରେ)
ମଣିପୁର 0.00 ହିମାଚଳ ପ୍ରଦେଶ 0.75
ନାଗାଲାଣ୍ଡ 0.00 ବିହାର 0.83
ସିକ୍କିମ 0.00 ଝାଡଖଣ୍ଡ 0.86
ମିଜୋରାମ 0.00 ତେଲଙ୍ଗାନା 0.93
ଆଣ୍ଡାମାନ ଓ ନିକୋବାର ଦୀପପୁଞ୍ଜ 0.00 ଉତ୍ତରାଖଣ୍ଡ 1.22
ଲଦାଖ 0.09 ଆନ୍ଧ୍ର ପ୍ରଦେଶ 1.31
ତ୍ରିପୁରା 0.19 ହରିୟାଣା 1.35
ଆସାମ 0.23 ତାମିଲନାଡୁ 1.45
ଦାଦ୍ରା ଓ ନଗର ହାଭେଳି ଏବଂ ଡାମନ ଓ ଡିଉ 0.33 ପୁଡୁଚେରି 1.48
କେରଳ 0.34 ଚଣ୍ଡିଗଡ 1.71
ଛତିଶଗଡ 0.46 ଜମ୍ମୁ ଓ କଶ୍ମୀର 1.79
ଅରୁଣାଚଳ ପ୍ରଦେଶ 0.46 ରାଜସ୍ଥାନ 1.94
ମେଘାଳୟ 0.48 କର୍ଣ୍ଣାଟକ 2.08
ଓଡିଶା 0.51 ଉତ୍ତରପ୍ରଦେଶ 2.36
ସମ୍ବନ୍ଧିତ ଖବର