ୱାସିଂଟନ୍ : ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ପ୍ରଥମ ଥର ପାଇଁ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରେସ୍ ଏବଂ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ସିଧାସଳଖ କଥା ହୋଇଛନ୍ତି। ଜାତିସଂଘ ଏବଂ ଅନ୍ତର୍ଜାତୀୟ ରେଡ୍ କ୍ରସ୍ କମିଟି ମାରିୟୁପୋଲ୍ ଆଜବଷ୍ଟଲ ଷ୍ଟିଲ୍ ପ୍ଲାଣ୍ଟ୍ରୁ ଉଦ୍ଧାର କାର୍ଯ୍ୟରେ ସାମିଲ ହେବାପାଇଁ ପୁଟିନ୍ ରାଜି ଅଛନ୍ତି। ପୁଟିନ ଏବଂ ଗୁଟେରେସ୍ଙ୍କ ମଧ୍ୟରେ ଗତକାଲି ୨ ଘଣ୍ଟା ଆଲୋଚନା ହୋଇଥିଲା। ବୈଠକ ୧+୧ ବ୍ୟବସ୍ଥାରେ ହୋଇଥିଲା ଅନ୍ୟ କୌଣସି ଅଧିକାରୀଙ୍କୁ ସାମିଲ କରାଯାଇ ନଥିଲା। ନାଗରିକଙ୍କ ଉଦ୍ଧାର ଏବଂ ମାନବୀୟ ସହଯୋଗ ପାଇଁ ବିଭିନ୍ନ ପ୍ରସ୍ତାବ ସଂକ୍ରାନ୍ତରେ ପୁଟିନ ଏବଂ ଜାତିସଂଘ ମୁଖ୍ୟ ବିସ୍ତୃତ ଆଲୋଚନା କରିଛନ୍ତି। ମାରିୟୁପୋଲ୍ ସହରରୁ ଉଦ୍ଧାର କାର୍ଯ୍ୟ ପାଇଁ ବ୍ୟବସ୍ଥା କରିବାକୁ ଉଭୟ ଜାତିସଂଘ ମୁଖ୍ୟ ଏବଂ ପୁଟିନ୍ ରାଜି ଅଛନ୍ତି ବୋଲି ଜାତିସଂଘ ମୁଖପାତ୍ର ଷ୍ଟିଫେନ୍ ଡୁଜାରିକ୍ କହିଛନ୍ତି। ପୁଟିନ୍ ଗୁଟେରେସ୍ଙ୍କ ସହ ଆଲୋଚନା ପାଇଁ ଏକ ୨୦ ଫୁଟ ଲମ୍ବା ଟେବୁଲ ବ୍ୟବହାର କରିବା ଚର୍ଚ୍ଚାରେ ରହିଛି। ଗୁଟେରେସ୍ ଆସନ୍ତାକାଲି ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କିଙ୍କ ସହ ଆଲୋଚନା ପାଇଁ କିବ୍ ଗସ୍ତ କରିବେ। ଅନ୍ୟପକ୍ଷରେ ୟୁକ୍ରେନ୍ ଯୁଦ୍ଧ ନେଇ ନାଟୋ ରାଷ୍ଟ୍ରମାନଙ୍କ ଆଭିମୁଖ୍ୟକୁ ବିରୋଧ କରି ପୁଟିନ୍ କେତେକ କଡ଼ା ପଦକ୍ଷେପ ନେଉଛନ୍ତି। ଖୁବ୍ଶୀଘ୍ର ୟୁରୋପୀୟ ରାଷ୍ଟ୍ରଙ୍କୁ ଗ୍ୟାସ୍ ଯୋଗାଣ ବନ୍ଦ କରିବା ପାଇଁ ରୁଷ୍ ପଦକ୍ଷେପ ନେବ ବୋଲି ଆଜି କ୍ରେମ୍ଲିନ୍ ମୁଖପାତ୍ର କହିଛନ୍ତି।
ଯୁଦ୍ଧ ପରେ ପ୍ରଥମ ଥର ପୁଟିନ-ଗୁଟେରେସ୍ କଥାବାର୍ତ୍ତା: ଉଦ୍ଧାର କାର୍ଯ୍ୟ ପାଇଁ ପୁଟିନ ରାଜି
ୟୁରୋପୀୟ ରାଷ୍ଟ୍ରଙ୍କୁ ଗ୍ୟାସ୍ ଯୋଗାଣ ବନ୍ଦ କରିବ ରୁଷ୍
/sambad/media/post_attachments/wp-content/uploads/2022/04/5h4f65sf46f5hs4fhs654fh65fh4fs65h.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)