ହାଇଦ୍ରାବାଦ: ଇଣ୍ଡିଆନ୍ ସ୍କୁଲ୍ ଅଫ୍ ବିଜିନେସ୍ (ଆଇଏସବି) ର ୨୦ବର୍ଷ ପୂରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ହାଇଦ୍ରାବାଦରେ ପହଞ୍ଚିଥିଲେ। ହେଲେ ବିମାନବନ୍ଦରରେ ତାଙ୍କୁ ସ୍ବାଗତ କରିବା ପାଇଁ ପହଞ୍ଚି ନଥିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର)। ଏହା ପୂର୍ବରୁ ମଧ୍ୟ ଏଭଳି କରି ସମାଲୋଚନାର ଶିକାର ହୋଇଥିଲେ କେସିଆର। ହେଲେ ସମାଲୋଚନାାର ଶିକାର ହୋଇ ବି ସେ ସୁଧୁରି ନଥିବା ଦେଖାଯାଇଛି।
ଫେବ୍ରୁଆରି ମାସରେ ହାଇଦ୍ରାବାଦରେ ସ୍ବାମୀ ରାମାନୁଜାଚାର୍ଯ୍ୟଙ୍କ ୨୧୬ ଫୁଟ୍ର ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ଦେଶବାସୀଙ୍କୁ ଉତ୍ସର୍ଗ କରିବାପାଇଁ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦ ଗସ୍ତ କରିଥିଲେ। ସେ ସମୟରେ ମଧ୍ୟ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବାପାଇଁ ବିମାନବନ୍ଦରେ ପହଞ୍ଚି ନଥିଲେ। କେସିଆର୍ ସ୍ବାସ୍ଥ୍ୟ ଖରାପ ଥିବା ଦର୍ଶାଇ ମୋଦୀଙ୍କ ସ୍ବାଗତ ପାଇଁ ଯାଇନଥିଲେ। ଏହାକୁୁ ନେଇ ବିଜେପି କେସିଆର୍ଙ୍କ ଏହି କାର୍ଯ୍ୟକୁ କଡ଼ା ସମାଲୋଚନା କରିଥିଲା।
newsbytesappକର୍ଣ୍ଣାଟକ ବିଜେପି ମୁଖ୍ୟ ବି. ସଂଜୟ କୁମାର କେସିଆର୍ଙ୍କ ଉପରେ ପ୍ରବଳ ବର୍ଷିଥିଲେ। କୁମାର କହିଥିଲେ, ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ ନକରିବା ବିଷୟକୁ ଆମେ କଡ଼ା ନିନ୍ଦା କରୁଛୁ। ଏହା କ’ଣ ଆପଣଙ୍କ ସଂସ୍କୃତି କି ବୋଲି କୁମାର କେସିଆର୍ଙ୍କୁ ପ୍ରଶ୍ନ କରିଥିଲେ। ବିଜେପି ନେତା ସଂଜୟ କୁମାର କହିଥିଲେ ଯେ, କେସିଆର ତାଙ୍କ ଫାର୍ମ ହାଉସ୍କୁ ଯାଇଥିଲେ କିନ୍ତୁ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ। ମୁଖ୍ୟମନ୍ତ୍ରୀ କେସିଆରଙ୍କ ପରିବର୍ତ୍ତେ ରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନ, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି କିଷାନ ରେଡ୍ଡି ଏବଂ ତେଲେଙ୍ଗାନା ମନ୍ତ୍ରୀ ତାଲାସନି ଶ୍ରୀନିବାସ ଯାଦବ ପ୍ରଧାନମନ୍ତ୍ରୀଙ୍କୁ ବିମାନବନ୍ଦରରେ ସ୍ବାଗତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/ସ-271.jpg)