ବିମାନ ଯାତ୍ରା ସମୟରେ ଓ୍ଵାଇ ଫାଇ ସେବା ପାଇଁ ୩୦ ପ୍ରତିଶତ ଅଧିକ ଭଡ଼ା ଦେବାକୁ ପଡ଼ିପାରେ

ଚେନ୍ନାଇ: ବିମାନରେ ଯାତ୍ରା କଲାବେଳେ ସାଙ୍ଗ ସାଥୀଙ୍କ ସହିତ ସେଲ୍‌ଫି ଉଠାଇ ସାଙ୍ଗେ ସାଙ୍ଗେ ସୋସିଆଲ ମିଡିଆରେ ପୋଷ୍ଟିଂ କରି ହେବ। ଏଥିପାଇଁ ଭାରତୀୟ ବିମାନ ଗୁଡ଼ିକରେ ଖୁବ୍‌ ଶୀଘ୍ର ଓ୍ଵାଇ ଫାଇ ଇଣ୍ଟରନେଟ୍‌ ସେବା ମିଳିବାକୁ ଯାଉଛି। ଟ୍ରାଇ ପକ୍ଷରୁ ନିକଟରେ ଏ ନେଇ ସବୁଜ ସଙ୍କେତ ମିଳିବା ପରେ ବିଭିନ୍ନ ଆର୍ନ୍ତଜାତିକ ଓ ଘରୋଇ ବିମାନ ସେବା ସମୟରେ ଯାତ୍ରୀଙ୍କୁ ଇଣ୍ଟର ନେଟ୍‌ ସୁବିଧା ଯୋଗାଇ ଦେବାକୁ ଯାଉଛନ୍ତି ବିଭିନ୍ନ ଏୟାର ଲାଇନ୍ସ। ମାତ୍ର ବର୍ତ୍ତମାନ ଯାହା ସୂଚନା ମିଳୁଛି, ଏହି ଇଣ୍ଟରନେଟ୍‌ ସେବା ପାଇଁ ଯାତ୍ରୀଙ୍କୁ ସେମାନଙ୍କ ବର୍ତ୍ତମାନ ବିମାନ ଯାତ୍ରା ଭଡ଼ା ଠାରୁ ୨୦ରୁ ୩୦ ପ୍ରତିଶତ ଅଧିକ ଦେବାକୁ ପଡ଼ିବ। ପ୍ରାୟ ଅଧ ଘଣ୍ଟାରୁ ୧ ଘଣ୍ଟାର ଉଡ଼ାଣ ପାଇର୍ଁ ଘରୋଇ ବିମାନର ଯାତ୍ରୀମାନଙ୍କୁ ୫ଶହରୁ ୧୦୦୦ ଟାଙ୍କା ପର୍ଯ୍ୟନ୍ତ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ଜଣେ ଅଧିକାରୀ କହିଛନ୍ତି।

PHOTO CREDIT-
Shutterstock

ମିଳିଥିବା ସୂଚନା ଅନୁଯାୟୀ, ବିଭିନ୍ନ ଏୟାର ଲାଇନ୍ସଗୁଡ଼ିକ ଟ୍ରାଇ( ଟେଲିକମ୍‌ ରେଗୁଲେଟୋରି ଅଥରିଟି ଅଫ୍‌ ଇଣ୍ଡିଆ)ଙ୍କ ନିର୍ଦ୍ଦେଶ ଅନୁଯାୟୀ ବିମାନଗୁଡ଼ିକରେ ଏବେ ଓ୍ଵାଇଫାଇ ସେବା ମିଳିବ। ଏହା ବିମାନ ସେବାରେ ଗୁଣାତ୍ମକ ବୃଦ୍ଧିରେ ସହାୟକ ହେବ। ବିଶେଷ କରି ବିଜ୍‌ନେସ ବର୍ଗର ଯାତ୍ରୀମାନଙ୍କ ପାଇଁ ଏହା ବେଶ୍‌ ଲାଭଦାୟକ ହୋଇ ପାରିବ। ଇନ୍‌ ଫ୍ଲାଇଟ୍‌ ଇଣ୍ଟନେଟ୍‌ ସେବା ପାଇଁ ଯାତ୍ରୀମାନଙ୍କୁ ପ୍ରାୟ ୫ଶହରୁ ୧ ହଜାର ପର୍ଯ୍ୟନ୍ତ ଟଙ୍କା ଅଧିକ ଦେବାକୁ ପଡ଼ିବ। ବିମାନରେ ଇଣ୍ଟରନେଟ ସେବା ଯୋଗାଉଥିବା ସଂସ୍ଥାଗୁଡ଼ିକୁ ଦେୟ ପ୍ରଦାନ ପାଇଁ ଏୟାରଲାଇନ୍ସଗୁଡ଼ିକ ଏହି ଟଙ୍କା ଯାତ୍ରୀମାନଙ୍କ ଠାରୁ ଆଦାୟ କରିବେ। ତେବେ ଘରୋଇ ଉଡ଼ାଣ ପାଇଁ ଆଗୁଆ ବୁକିଂ କଲେ (ସ୍ୱଳ୍ପ ଦୂର ଉଡାଣ ପାଇଁ ) ପଡ଼ୁଥିବା ୧୨୦୦ ରୁ ୨୫୦୦ ଟଙ୍କାର ବିମାନ ଯାତ୍ରୀ ଭଡ଼ା ଏହାଦ୍ୱାରା ବୃଦ୍ଧିି ପାଇବ ବୋଲି କୁହାଯାଉଛି। ଟ୍ରାଇଙ୍କ ଏହି ନିର୍ଦ୍ଦେଶ ଆନ୍ତର୍ଜାତିକ ବିମାନଗୁଡ଼ିକ ପାଇଁ ବେଶ୍‌ ଲାଭ ଦାୟକ ହେବ କାରଣ ଏଣିକି ଭାରତୀୟ ବାୟୁସୀମାରେ ପ୍ରବେଶ କଲେ ଆଉ ସେମାନଙ୍କୁ ଓ୍ଵାଇ ଫାଇ ସେବା ବନ୍ଦ କରିବାକୁ ପଡ଼ିବ ନାହିଁ। ତେବେ ଘରୋଇ ବିମାନଯାତ୍ରା ପାଇଁ ଇଣ୍ଟନେଟ୍‌ ସେବାର ଉପଯୋଗିତା ଓ ଏଥିପାଇଁ ପଡ଼ୁଥିବା ଅଧିକ ଦେୟ ନେଇ ବିଚାରବିମର୍ଶ ଓ ଆଲୋଚନା ଚାଲିଛି। ତା ପରେ ଏ ସଂକ୍ରାନ୍ତରେ ଶେଷ ନିଷ୍ପତ୍ତି ନିଆଯିବ ବୋଲି ଏୟାର ଲାଇନ୍ସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର