ମହିଳାଙ୍କ ସୁରକ୍ଷା ପାଇଁ ‘ଚାଇଲ୍‌ଡ୍‌ ଲକ୍‌’ ନ ଥିବା ଟ୍ୟାକ୍ସି ଚାହୁଁଛନ୍ତି ସରକାର

ନୂଆଦିଲ୍ଲୀ: ଡ୍ରାଇଭର୍‌ମାନଙ୍କ ଅପବ୍ୟବହାର ରୋକିବାକୁ ଟ୍ୟାକ୍ସି ଭାବେ ବ୍ୟବହୃତ ପାସେଞ୍ଜର୍‌ କାର୍‌ଗୁଡ଼ିକରେ ଆଉ ‘ଚାଇଲ୍‌ଡ୍‌ ଲକ୍‌’ ବ୍ୟବସ୍ଥା ରଖାଯିବ ନାହିଁ। ଏହାର ସମାଧାନ ସୂତ୍ର ବାହାର କରିବାକୁ ପରିବହନ ମନ୍ତ୍ରାଳୟ ଯାନବାହନ ଓ ଯନ୍ତ୍ରାଂଶ ନିର୍ମାତାମାନଙ୍କୁ କହିଛି। ଏହାଦ୍ୱାରା ସୋ’ରୁମ୍‌ରୁ ବ୍ୟାବସାୟିକ ଭାବେ ପଞ୍ଜିକୃତ ହୋଇ ବିକ୍ରୟ କରାଯାଉଥିବା କାର୍‌ଗୁଡ଼ିକରେ କୌଣସି ‘ଚାଇଲ୍‌ଡ୍‌ ଲକ୍‌’ ବ୍ୟବସ୍ଥା ରହିବ ନାହିଁ।
‘ଚାଇଲ୍‌ଡ୍‌ ଲକ୍‌’କୁ ଆକ୍ଟିଭେଟ୍‌ କରି ବାଙ୍ଗାଲୋରରେ ଜଣେ ଡ୍ରାଇଭର୍‌ ଜଣେ ମହିଳା ଯାତ୍ରୀଙ୍କୁ ଯୌନ ଉତ୍ପୀଡ଼ନ ଦେବା ଘଟଣା ପରେ ମନ୍ତ୍ରାଳୟ ତରୁଫରୁ ଏ ଭଳି ପଦକ୍ଷେପ ନିଆଯିବାକୁ ବିଚାର କରାଯାଇଛି।

ସୋମବାର ଦିନ ଆପେକ୍ସ ଟେକ୍‌ନିକାଲ୍‌ କମିଟି ବୈଠକରେ ପରିବହନ ମନ୍ତ୍ରାଳୟ ଅଧିକାରୀମାନେ ଯାନବାହନ ଏବଂ ଯନ୍ତ୍ରାଂଶ ନିର୍ମାତାମାନଙ୍କ ସହ ଏ ପ୍ରସଙ୍ଗ ଆଲୋଚନା କରିଥିଲେ। ଯାନବାହନ ଏବଂ ସେଗୁଡ଼ିକର ଯନ୍ତ୍ରାଂଶ ସକାଶ ଆପେକ୍ସ୍‍ କମିଟି ମାନକ ଏବଂ ନିର୍ଦେଶାବଳୀ ସ୍ଥିର କରେ।

ସମ୍ବନ୍ଧିତ ଖବର