ବଳପୂର୍ବକ ଧର୍ମାନ୍ତରୀକରଣ ଜାତୀୟ ସୁରକ୍ଷା ପ୍ରତି ବିପଦ

ନୂଆଦିଲ୍ଲୀ : ଦେଶରେ ଚାଲିଥିବା ବଳପୂର୍ବକ ଧର୍ମାନ୍ତରୀକରଣକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ଏହା ଏକ ଗୁରୁତର ପ୍ରସଙ୍ଗ ଓ ଏହା ସ୍ବାଧୀନଭାବେ ଧର୍ମଗ୍ରହଣ ଓ ଧର୍ମବିଶ୍ବାସ କରିବା,  ଦେଶର ନିରାପତ୍ତାକୁ ପ୍ରଭାବିତ କରିପାରେ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଦେଶରେ ଲୋକମାନଙ୍କୁ ପ୍ରଲୋଭିତ କରି ଅଥବା ଭୟ ଦେଖାଇ କରାଯାଉଥିବା ଧର୍ମାନ୍ତରୀକରଣ ବିରୋଧରେ ଆଗତ ଏକ ଜନସ୍ବାର୍ଥ ମାମଲାର ବିଚାର କରି ଜଷ୍ଟିସ ଏମଆର ଶାହ ଓ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମତ ଦେଇଛନ୍ତି । ସ୍ଥିତି ଆହୁରି ଖରାପ ହେବା ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ସରକାର ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି ।

ଜଷ୍ଟିସ ଏମଆର ଶାହା କହିଛନ୍ତି ଯେ ବଳପୂର୍ବକ ଧର୍ମାନ୍ତରୀଣକରଣ ଦେଶର ନିରାପତ୍ତାକୁ ବି ପ୍ରଭାବିତ କରିପାରେ । ଏଣୁ ଏଗୁଡ଼ିକୁ ରୋକିବାକୁ ସରକାର କଣ କରୁଛନ୍ତି, ସେ ସମ୍ପର୍କରେ ନିଜର ସ୍ଥିତି ସ୍ପଷ୍ଟ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଏହି ମାମଲାର ଅନ୍ୟତମ ପିଟିସନକାରୀ ଆଡଭୋକେଟ ଅଶ୍ବୀନି ଉପାଧ୍ୟାୟ କହିଛନ୍ତି ଯେ ଏହା ଏକ ନିର୍ଦିଷ୍ଟ ଅଂଚଳର ସମସ୍ୟା ନୁହେଁ, ବରଂ ସାରା ଦେଶର ସମସ୍ୟା । ଏଣୁ ସରକାର ଏହାକୁ ରୋକିବାକୁ ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରନ୍ତୁ ଅଥବା ଆଇପିସିରେ ଏକ ଧାରା ଯୋଗ କରନ୍ତୁ ।

 

ସମ୍ବନ୍ଧିତ ଖବର