ପିତୃପୁରୁଷଙ୍କ ପିଣ୍ଡଦାନ ପାଇଁ ଋଷିଆରୁ ଭାରତକୁ ଛୁଟି ଆସିଲେ ବିଦେଶିନୀ

ଗୟା: ବିହାରର ଗୟା ମୋକ୍ଷଭୂମି ନାମରେ ପରିଚିତ | କୁହାଯାଏ ଏଠାରେ ପିତୃ ପୁରୁଷଙ୍କୁ ପିଣ୍ଡଦାନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ | ଯେଉଁଥି ପାଇଁ ବିଦେଶରୁ ମଧ୍ୟ ଏବେ ଗୟାରେ ନିଜ ପିତୃ ପୁରୁଷଙ୍କ ପିଣ୍ଡଦାନ କରିବା ପାଇଁ କିଛି ଶ୍ରଦ୍ଧାଳୁ ଆସିଛନ୍ତି | ଗୁରୁବାର ତିନିଟି ଦେଶର ୬ ଜଣ ମହିଳା ଗୟା ଆସି ପିଣ୍ଡଦାନ କରିଛନ୍ତି |

ଗୟାର ଫଲ୍ଗୁ ନଦୀ ଘାଟରେ ବିଦେଶିନୀମାନେ କର୍ମକାଣ୍ଡ ସହ ତର୍ପଣ କରିଥିଲେ | ତେବେ ପିଣ୍ଡଦାନ କରିଥିବା ପୁରୋହିତ ଜଣକ କହିଛନ୍ତି ଯେ ମହିଳା ଶ୍ରଦ୍ଧାଳୁ ଇଟାଲୀ, ଜର୍ମାନୀ ଓ ଋଷରୁ ଆସିଥିଲେ | ପିଣ୍ଡଦାନ ପରେ ଏହି ଶ୍ରଦ୍ଧାଳୁମାନେ ନିଜ ନିଜ ଦେଶକୁ ଫେରିଯିବେ | ଶ୍ରଦ୍ଧାଳୁମାନେ ଦେବଘାଟର ବିଷ୍ନୁମନ୍ଦିର ପରିସରରେ କର୍ମକାଣ୍ଡ କରିଥିଲେ |

ତିନିଦିନ ଧରି ଶ୍ରଦ୍ଧାଳୁମାନେ ଏହି ପୂଜାବିଧି କରିବା ପରେ ଶନିବାର ନିଜ ଦେଶକୁ ଚାଲିଯିବେ | ଏହି ବିଦେଶୀ ଶ୍ରଦ୍ଧାଳୁମାନେ ହେଉଛନ୍ତି ୟୁଲିୟାନା,ଏଲୋନୟର, ଏଲେନା, ରୀଟା, ସେଫିସ | ସେମାନେ କହିଛନ୍ତି ଯେ ଟଙ୍କା ଧର୍ମଗୁରୁ ପିଣ୍ଡଦାନର ମହତ୍ୱ ବାବଦରେ ବୁଝାଇଥିଲେ | ଯାହାଫଳରେ ସେମାନେ ପିଣ୍ଡଦାନ କରିବାକୁ ଭାରତ ଆସିଥିଲେ |

ସମ୍ବନ୍ଧିତ ଖବର