‘କଶ୍ମୀର ଫାଇଲ’କୁ ବାତିଲ କଲା ପ୍ରେସ୍‌ କ୍ଲବ୍‌ ଅଫ୍‌ ଇଣ୍ଡିଆ ଓ ବିଦେଶୀ ସମ୍ବାଦଦାତା କ୍ଲବ; ନିର୍ଦ୍ଦେଶକ କହିଲେ ଘୃଣା ଅଭିଯାନ

ନୂଆଦିଲ୍ଲୀ: ‘କଶ୍ମୀର ଫାଇଲ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଆସନ୍ତାକାଲି (ଗୁରୁବାର) ତାଙ୍କ ସାମ୍ବାଦିକ ସମ୍ମିଳନୀ ପାଇଁ ନୂତନ ସ୍ଥାନ ଘୋଷଣା କରିବା ପୂର୍ବରୁ ତାଙ୍କ ବିବାଦୀୟ ଚଳଚ୍ଚିତ୍ର ଉପରେ ଏକ ସାମ୍ବାଦିକ ସମ୍ମିଳନୀକୁ ‘ଅଗଣତାନ୍ତ୍ରିକ’ ଭାବରେ ପ୍ରେସ୍‌ କ୍ଲବ୍‌ ଅଫ୍‌ ଇଣ୍ଡିଆ ଏବଂ ବିଦେଶୀ ସମ୍ବାଦଦାତା କ୍ଲବ ବାତିଲ କରିଦେଇଥିବା ଅଭିଯୋଗ କରିଛନ୍ତି। ଏ ପରିସ୍ଥିତିରେ ନିର୍ଦ୍ଦେଶକ ଅଗ୍ନିହୋତ୍ରୀ ବର୍ତ୍ତମାନ ଏକ ଖୋଲା ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ସମସ୍ତ ଅପ୍ରିୟ ଓ କଠିନ ପ୍ରଶ୍ନର ଉତ୍ତର ଦେବେ ବୋଲି ଘୋଷଣା କରିଛନ୍ତି।

‘କଶ୍ମୀର ଫାଇଲ’ ଚଳଚ୍ଚିତ୍ରର ନିର୍ମାତା ଓ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଅଭିଯୋଗ କରିଛନ୍ତି ଯେ ସେ ଭାରତୀୟ ପ୍ରେସ୍‌ କ୍ଲବ (ପିସିଆଇ) ଦ୍ୱାରା ଏକ ଘୃଣା ଅଭିଯାନର ଶିକାର ହୋଇଛନ୍ତି। ସେ ଅଭିଯୋଗ କରି କହିଛନ୍ତି, ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭାବରେ, ଗତକାଲି ମୁଁ ପିସିଆଇ ସଭାପତିଙ୍କ ଠାରୁ ଏକ କଲ୍‌ ପାଇଲି ଯେ ସେଠାରେ ଆୟୋଜିତ ହେବାକୁ ଥିବା ‘କଶ୍ମୀର ଫାଇଲ’ର ସ୍ପେଶାଲ ସ୍କ୍ରିନିଂ ଓ ମୋ ସାମ୍ବାଦିକ ସମ୍ମିଳନୀକୁ ବାତିଲ କରିବାକୁ ପଡିବ। କାରଣ କିଛି ଶକ୍ତିଶାଳୀ ଗଣମାଧ୍ୟମ ଏହି ସମ୍ମିଳନୀ ଓ କାର୍ଯ୍ୟକ୍ରମ ଉପରେ ତୀବ୍ର ଆପତ୍ତି ଉଠାଇଛନ୍ତି। ଏବଂ ଯଦି ଏହାକୁ ଅନୁମତି ଦିଆଯାଏ ତେବେ ସେମାନେ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି। ଅଗ୍ନିହୋତ୍ରୀ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ କିଛି ଶକ୍ତିଶାଳୀ ଏଜେଣ୍ଡା ଦ୍ୱାରା ପରିଚାଳିତ କିଛି ବିଦେଶୀ ଗଣମାଧ୍ୟମ ମଧ୍ୟ ଭାରତ ବିରୋଧୀ, ସତ୍ୟ ବିରୋଧୀ ଏବଂ ମୁକ୍ତ ବାକ୍‌ ବିରୋଧୀ ଏହି ଷଡଯନ୍ତ୍ରର ଅଂଶ ବିଶେଷ ହୋଇଛନ୍ତି।

ଏହି ପରିପ୍ରେକ୍ଷୀରେ ଅଗ୍ନିହୋତ୍ରୀ ଘୋଷଣା କରିଛନ୍ତି ଯେ ଏକ ବିକଳ୍ପ ସ୍ଥାନରେ ଏକ ଖୋଲା ସାମ୍ବାଦିକ ସମ୍ମିଳନୀ କରିବା ସହ ଚଳଚ୍ଚିତ୍ରର ସ୍ପେଶାଲ ସ୍କ୍ରିନିଂ କରିବେ। ତେବେ, ପ୍ରେସ କ୍ଲବ୍‌ ଅଫ୍‌ ଇଣ୍ଡିଆ (ପିସିଆଇ) ଚଳଚ୍ଚିତ୍ର ନିର୍ମାତାଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କର ଏ ପ୍ରକାର ଘୋଷଣାକୁ ବିରୋଧ କରିଛି।

ପ୍ରେସ କ୍ଲବ୍‌ ଅଫ୍‌ ଇଣ୍ଡିଆ (ପିସିଆଇ) ପକ୍ଷରୁ କୁହାଯାଇଛି ଯେ ପୂର୍ବରୁ ହୋଇଥିବା ବୁକିଂ ବୈଧ ନଥିଲା। କେବଳ ମାତ୍ର ସାମ୍ବାଦିକ ସମ୍ମିଳନୀ ପାଇଁ କ୍ଲବ୍‌ ପ୍ରେସ୍‌ ଅନୁମତି ଦେଇଥାଏ। ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ମଧ୍ୟ ରହିଛି। ଏଥିପାଇଁ କେବଳ ମାତ୍ର କ୍ଲବର ଜଣେ ସଦସ୍ୟଙ୍କ ମାଧ୍ୟମରେ ବୁକିଂ କରିବାକୁ ପଡିବ ବୋଲି ପିସିଆଇ କହିଛି।

ସମ୍ବନ୍ଧିତ ଖବର