ଭାରତରେ ତିଆରି ହେବ ଅତ୍ୟାଧୁନିକ ସ୍ନିପର ରାଇଫଲ

ଚେନ୍ନାଇ:  ଆମେରିକାର , ଇଂଲଣ୍ଡ ଓ ଅନ୍ୟ କେତେକ ପଶ୍ଚିମ ଦେଶର ସ୍ପେସାଲ ଫୋର୍ସ ବ୍ୟବହାର କରୁଥିବା  ସ୍ନିପର ରାଇଫଲକୁ  ଖୁବ ଶୀଘ୍ର ମେଡ୍‌ ଇନ୍‌ ଇଣ୍ଡିଆ ଟ୍ୟାଗ୍‌  ମିଳିବାକୁ ଯାଉଛି। ଏହି ଛୋଟ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରୁଥିବା ବିଦେଶୀ କମ୍ପାନିର  ଯନ୍ତ୍ରାଂଶ ପ୍ରସ୍ତୁତ କରୁଥିବା ଘରୋଇ କମ୍ପାନି ଚେନ୍ନାଇରେ ତାର କାରଖାନା ଖୋଲିବାକୁ କମ୍ପାନି ସହିତ ଚୁକ୍ତି କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ,  ତିରୁଭିଦାନ୍ଥାଇ ଠାରେ ଅନୁଷ୍ଠିତ  ଡିଫେନ୍ସ ଏକ୍ସପୋ ୨୦୧୮ରେ  ୫ରୁ ଅଧିକ ଭାରତୀୟ କମ୍ପାନୀ ଓ ଜଏଣ୍ଟ ଭେଞ୍ଚର  ଏ ନେଇ ସେମାନଙ୍କ ଯୋଜନା ଉପସ୍ଥାପିତ କରିଛନ୍ତି। ଭାରତୀୟ ସୈନ୍ୟବାହିନୀ ବ୍ୟବହାର କରୁଥିବା  ରାଇଫଲ ଠାରୁ ଖୁବ୍‌ ଉନ୍ନତ ଏହି ରାଇଫଲ  ବୈଷୟିକ ଜ୍ଞାନ କୌଶଳ ହସ୍ତାନ୍ତର  ପ୍ରକିୟାରେ ଭାରତୀୟ ପ୍ଲାଣ୍ଟରେ ଉତ୍ପାଦନ କରାଯିବ। ମାତ୍ର ଏହା ଭାରତୀୟ ସେନାରେ ବ୍ୟବହାର ପାଇଁ ସମୟ ନେବ। କାରଣଏହି ବନ୍ଧୁକ କିଣିବା ପାଇଁ  ଏକ ଲମ୍ବା ପ୍ରକ୍ରିୟା ଦେଇ ଯିବାକ ପଡ଼ିବ। ଛୋଟ , ଆସଲ୍ଟ ରାଇଫଲ ଓ ସ୍ନିପର ରାଇଫଲ ପ୍ରସ୍ତୁତ କରୁଥିବା ଆମେରୀକୀୟ କମ୍ପାନି ଡେର୍ଜଟ ଟେକ୍‌  ଓ ଅଷ୍ଟ୍ରିଆର  ଲୁଇସ ମେସିନ ଆଣ୍ଡ ଟୁଲ କମ୍ପାନି ଏବଂ ଅଷ୍ଟ୍ରିଆର ଷ୍ଟେୟର ମାନ୍‌ଲିଚର କମ୍ପାନି  ସେମାନଙ୍କ ଭାରତୀୟ ବ୍ୟବସାୟିକ ସହଯୋଗୀଙ୍କ ସହାୟତାରେ ଭାରତରେ ଏହି ରାଇଫଲ ପ୍ରସ୍ତୁତ କରିବେ ବୋଲିି ଜଣାପଡ଼ିଛି।

ଡେର୍ଜଟ ଟେକ୍‌ର  ଜଏଣ୍ଟ ଭେଞ୍ଚର ନେକୋ ଡେର୍ଜଟ ଟେକ ଡିଫେନ୍ସର ପରିଚାଳନା ନିର୍ଦ୍ଦେଶକ ଆନନ୍ଦ ଜୟସ୍ୱ୍ଵାଲ  କହିଛନ୍ତି ଏହି ରାଇଫଲ ତିଆରି ପାଇଁ ଭାରତ ସରକାର ଦେଢ଼ ମାସ ତଳୁ ଲାଇସେନ୍ସ ଦେଇଛନ୍ତି। ତେଣୁ ଆସନ୍ତା କିଛି ମାସ ମଧ୍ୟରେ କମ୍ପାନି ଆସଲ୍ଟ ରାଇଫଲ ଚେନ୍ନାଇରୁ ତିଆରି କରିବ।

ସେହିପରି ଷ୍ଟୁମ୍ପ ସ୍କଲ ଆଣ୍ଡ  ସୋମାପ୍ପା ( ଲୁଇସ ମେସିନ ଆଣ୍ଡ ଟୁଲ କମ୍ପାନୀର  ଜଏଣ୍ଟ ଭେଞ୍ଚର)ର ପରିଚାଳନା ନିର୍ଦ୍ଦେଶକ ସତୀଶ ମକାନୀ କହିଛନ୍ତି ଯେ ଏହି ରାଇଫଲ ତିଆରି ପାଇଁ  ଆମେ ଲାଇସେନ୍ସ ପାଇଁ ଆବେଦନ କରିଛୁ। ଲାଇସେନ୍ସ ମିଳିବା ପରେଏହାର ଉତ୍ପାଦନ ଆରମ୍ଭ ହେବ। ବେଙ୍ଗାଲୁରରେ ରାଇଫଲ ତିଆରି ହେବାକ ୁଥିବାବେଳେ ଗୁଳି ଚେନ୍ନାଇରେ ତିଆରି କରାଯିବ ବୋଲିି ଶ୍ରୀ ମକାନି କହିଛନ୍ତି।

ସମ୍ବନ୍ଧିତ ଖବର