କୋଲକାତା: ମିଠା ଓ ସ୍ନାକ୍ସ ନିର୍ମାତା ହଳଦୀରାମର ଅଂଶଧନ କିଣିବା ପାଇଁ କେବଳ ଦେଶୀ କମ୍ପାନି ନୁହେଁ, କେତେକ ବିଦେଶୀ କମ୍ପାନି ବି ଦୌଡ଼ରେ ଅଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ବ୍ଲାକଷ୍ଟୋନ, ଟେମାସେକ ପରି କମ୍ପାନି । ହଳଦୀରାମର ମୂଲ୍ୟ ୧୦ ବିଲିୟନ ଡଲାର (୮୫,୫୦୦ କୋଟି ଟଙ୍କାରୁ ଅଧିକ) ରୁ ଅଧିକ । ତେବେ ସିଙ୍ଗାପୁରର ବିଶ୍ୱସ୍ତରୀୟ ନିବେଶ କମ୍ପାନୀ ଟେମାସେକ୍ ୧୦-୧୧ ବିଲିୟନ ଡଲାର (୯୪,୨୭୦ କୋଟି ଟଙ୍କା) ମୂଲ୍ୟରେ କମ୍ପାନୀର ପ୍ରାୟ ୧୦ ପ୍ରତିଶତ ଅଂଶଧନ କିଣିବାରେ ସବୁଠାରୁ ଆଗରେ ରହିଛି। ଏହି ଦୁଇ କମ୍ପାନୀ ଏହି ଚୁକ୍ତି ପାଇଁ ଟର୍ମ ସିଟରେ ମଧ୍ୟ ସ୍ୱାକ୍ଷର କରିଛନ୍ତି । ଏହା ଏକ ଦସ୍ତାବିଜ ଯେଉଁଥିରେ ସର୍ତ୍ତାବଳୀଠାରୁ ଆରମ୍ଭ କରି ସମ୍ଭାବ୍ୟ ନିବେଶ ପର୍ଯ୍ୟନ୍ତ ସମସ୍ତ ନିୟମର ହିସାବ ରହିଛି ।
ଟେମାସେକ୍ ସହିତ ଟାଇଗର୍ ଗ୍ଲୋବାଲ୍ ମ୍ୟାନେଜମେଣ୍ଟର ୟୁନିଟ୍ ଆଲ୍ଫା ୱେଭ୍ ଗ୍ଲୋବାଲ୍ ମଧ୍ୟ ଅଂଶଧନ କିଣିବା ଦୌଡ଼ରେ ସାମିଲ ହୋଇଛି। ଆଲ୍ଫା ୱେଭ୍ ଗ୍ଲୋବାଲ୍ ର ଭାରତରେ ଅନେକ ସଂସ୍ଥାରେ ପୁଞ୍ଜିନିବେଶ ରହିଛି। ଇନଭେଷ୍ଟମେଣ୍ଟ ବ୍ୟାଙ୍କିଙ୍ଗସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହା ଏକ ପ୍ରି-ଆଇପିଓ ଡିଲ୍ ହୋଇପାରେ, ଯାହା କମ୍ପାନୀର ମୂଲ୍ୟାୟନ ପାଇଁ ଏକ ବେଞ୍ଚମାର୍କ ସ୍ଥିର କରିବାକୁ ଲକ୍ଷ୍ୟ ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/01/10/Do63fB4wGBZoZQRDve1U.jpg)