ନୂଆଦିଲ୍ଲୀ: କ୍ରମାଗତଭାବେ ୩ ମାସ ହେଲା ଭାରତୀୟ ପୁଞ୍ଜି ବଜାରରୁ ଅଧିକ ମାତ୍ରାରେ ସେୟାର ବିକ୍ରି କରି ଆସୁଥିବା ବିଦେଶୀ ନିବେଶକମାନେ ସଂପ୍ରତି ଭାରତମୁହାଁ ହୋଇଛନ୍ତି। ଫେବ୍ରୁଆରିର ପ୍ରଥମ ସପ୍ତାହରେ ସେମାନେ ଯେତିକି ସେୟାର ବିକ୍ରି କରିଛନ୍ତି ତାହା ତୁଳନାରେ ଅଧିକ କିଣିଛନ୍ତି। ଇକ୍ବିଟିରେ ୮୧୦୦ କୋଟି ଟଙ୍କାରୁ ଅଧିକ ନିବେଶ କରିଛନ୍ତି। ବିଶେଷକରି ଭାରତ-ଆମେରିକା ଅନ୍ତରୀଣ ବାଣିଜ୍ୟ ରାଜିନାମା ଢାଞ୍ଚା ଘୋଷଣାର ପ୍ରଥମ ସପ୍ତାହରେ ‌ଏହା ହୋଇଛି।

Advertisment

ଅଧିକପଢ଼ନ୍ତୁ:ରାହୁଲଙ୍କ କୋଳରେ ଛୋଟ ପିଲା କିଏ: ଫଟୋ କାହିଁକି ସେୟାର କରିଛି କଂଗ୍ରେସ

ଇକ୍ବିଟିରେ ୮୧୦୦ କୋଟି ଟଙ୍କାରୁ ଅଧିକ ନିବେଶ

ଜାନୁଆରି ମାସରେ ବିଦେଶୀ ନିବେଶକମାନେ ଭାରତୀୟ ସେୟାର ବଜାରରୁ ୩୫,୯୬୨ କୋଟି ଟଙ୍କା ପ୍ରତ୍ୟାହାର କରିଥିଲେ। ଡିସେମ୍ବରରେ ୨୨,୬୧୧ କୋଟି ଏବଂ ନଭେମ୍ବରରେ ୩୭୬୫ କୋଟି ଉଠାଇ ନେଇଥିଲେ। ୨୦୨୫ ମସିହାରେ ସେମାନେ ମୋଟ ୧.୬୬ ଲକ୍ଷ କୋଟି ଟଙ୍କା ବା ୧୮.୯ ବିଲିଅନ ଡଲାର ପ୍ରତ୍ୟାହାର କରି ନେଇଥିଲେ। ମୁଦ୍ରା ବିନିମୟ ବଜାରରେ ଅସ୍ଥିରତା, ବିଶ୍ବରେ ଦେଖାଦେଇଥିବା ରଜେନୈତିକ ଓ ସାମରିକ ସମସ୍ୟା, ଶୁଳ୍କ ଲଢ଼େଇ ଆଦି କାରଣରୁ ଏପରି ହୋଇଥିଲା। ତେବେ ସୂଚନା ଅନୁଯାୟୀ ବିଦେଶୀ ନିବେଶକମାନେ ଭାରତୀୟ ସେୟାର ବଜାରରେ ଫେବ୍ରୁଆରି ମାସର ପ୍ରଥମ ୬ ଦିନରେ ଭାରତରେ ୮୧୨୯ କୋଟି ଟଙ୍କା ନିବେଶ କରିଛନ୍ତି।

ଅଧିକପଢ଼ନ୍ତୁ:ଆତଙ୍କବାଦ ବିରୋଧରେ ଦୋମୁହାଁ ନୀତି କିମ୍ବା ବୁଝାମଣା ଚଳିବ ନାହିଁ: ମୋଦୀ