ନୂଆଦିଲ୍ଲୀ: କୋଭିଡ୍-୧୯ ଓ ୟୁକ୍ରେନ୍ରେ ଯୁଦ୍ଧଜନିତ ପରିସ୍ଥିତି ଯୋଗୁଁ ବିଦେଶରେ ଇଣ୍ଟର୍ଣ୍ଣସିପ୍ ଶେଷ କରିପାରି ନ ଥିବା ଡାକ୍ତରୀ ସ୍ନାତକମାନେ ଭାରତରେ ତାହା ଶେଷ କରିପାରିବେ ବୋଲି ‘ନ୍ୟାସ୍ନାଲ୍ ମେଡିକାଲ୍ କମିସନ୍’ (ଏନ୍ଏମ୍ସି) ଅନୁମତି ପ୍ରଦାନ କରି ଶୁକ୍ରବାର ଦିନ ସର୍କ୍ୟୁଲାର୍ ଜାରି କରିଛି।
ଭାରତରେ ଡାକ୍ତରୀ ଶିକ୍ଷା ଏବଂ ଡାକ୍ତରମାନଙ୍କୁ ନିୟନ୍ତ୍ରଣ କରୁଥିବା ‘ଏନ୍ଏମ୍ସି’ କହିଛି ଯେ, ଯଦି ପ୍ରାର୍ଥୀମାନେ ‘ଫରେନ୍ ମେଡିକାଲ୍ ଗ୍ରାଜୁଏଟ୍ ଏକ୍ଜାମିନେସନ୍’ (ଏଫ୍ଏମ୍ଜିଇ) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ ତେବେ ‘ରାଜ୍ୟ ମେଡିକାଲ୍ କାଉନ୍ସିଲ୍’ ଇଣ୍ଟର୍ଣ୍ଣସିପ୍ ଶେଷ କରିବାକୁ ଆସିଥିବା ଦରଖାସ୍ତର ପ୍ରକ୍ରିୟାକରଣ କରି ପାରିବ।
/sambad/media/post_attachments/wp-content/uploads/2022/03/medicos.jpg)
ସର୍କ୍ୟୁଲାର୍ରେ ‘ଏନ୍ଏମ୍ସି’ କହିଛି, ଭାରତରେ ପଞ୍ଜୀକରଣ କରାଇବାକୁ ଚାହୁଁଥିବା ପ୍ରାର୍ଥୀମାନେ ‘ନ୍ୟାସ୍ନାଲ୍ ବୋର୍ଡ ଅଫ୍ ଏକ୍ଜାମିନେସନ୍’ ‘ଏନ୍ବିଇ’ଦ୍ବାରା ପରିଚାଳିତ ‘ଫରେନ୍ ମେଡିକାଲ୍ ଗ୍ରାଜୁଏଟ୍ ଏକ୍ଜାମିନେସନ୍’ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ବୋଲି ରାଜ୍ୟ ମେଡିକାଲ୍ କାଉନ୍ସିଲ୍ ସୁନିଶ୍ଚିତ ହେବା ଆବଶ୍ୟକ। ଯଦି ପ୍ରାର୍ଥୀ ସମସ୍ତ ନୀତିନିୟମ ପୂରଣ କରୁଥିବେ ତେବେ ତାଙ୍କୁ ୧୨ ମାସ କିଂବା ବାକି ରହିଥିବା ‘ଇଣ୍ଟର୍ଣ୍ଣସିପ୍’ ଅବଧି ପୂରଣ କରିବାକୁ ଅନୁମତି ଦିଆଯାଇପାରିବ।
/sambad/media/post_attachments/wp-content/uploads/2022/03/meds.jpg)
ଏ କ୍ଷେତ୍ରରେ ‘ଇଣ୍ଟର୍ଣ୍ଣସିପ୍’ ଶେଷ କରିବାକୁ ‘ଏଫ୍ଏମ୍ଜି’ମାନଙ୍କ ଠାରୁ କୌଣସି ଫି’ ନେବେ ନାହିଁ ବୋଲି ସମ୍ପୃକ୍ତ ମେଡିକାଲ୍ କଲେଜ୍ଗୁଡ଼ିକରୁ ରାଜ୍ୟ ମେଡିକାଲ୍ କାଉନ୍ସିଲ୍ ଅଙ୍ଗୀକାର ପତ୍ର (ଅଣ୍ଡର୍ଟେକିଙ୍ଗ୍) ଲେଖାଇଆଣିବାକୁ ‘ଏନ୍ଏମ୍ସି’ କହିଛି।
ଏହାଛଡ଼ା, ସରକାରୀ ମେଡିକାଲ୍ କଲେଜ୍ରେ ଭାରତୀୟ ମେଡିକାଲ୍ ଗ୍ରାଜୁଏଟ୍ମାନଙ୍କ ତାଲିମ ବେଳେ ମିଳୁଥିବା ନିର୍ଦ୍ଧାରିତ ଷ୍ଟାଇପେଣ୍ଡ୍ ଓ ଅନ୍ୟାନ୍ୟ ସୁବିଧା ‘ଏଫ୍ଏମ୍ଜି’ମାନଙ୍କୁ ଦିଆଯିବ।