ନୂଆଦିଲ୍ଲୀ: ଗ୍ଲୋବାଲ ଡେଟିଂ ପ୍ଲାଟଫର୍ମ ଆସ୍ଲେ ମାଡିସନ୍ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପରକୀୟ ସମ୍ପର୍କରେ ଭାରତ ବିଶ୍ୱସ୍ତରରେ ଷଷ୍ଠ ସ୍ଥାନ ହାସଲ କରିଛି। ଛୋଟ ସହରଗୁଡ଼ିକ ମେଟ୍ରୋକୁ ପଛରେ ପକାଇ ଦେଇଥିବାରୁ ସମ୍ପର୍କ ଗତିଶୀଳତାରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ତାମିଲନାଡୁର କାଞ୍ଚିପୁରମ୍ ଆଶ୍ଚର୍ଯ୍ୟଜନକ ଭାବେ ଏଭଳି କ୍ଷେତ୍ରରେ ଦେଶର ଏକ ନମ୍ବର ସହର ଭାବେ ଉଭା ହୋଇଛି। ୨୦୨୪ରେ ଏହା ୧୭ଶ ସ୍ଥାନରେ ଥିଲା।ଆସ୍ଲେ ମାଡିସନ୍ ସ୍ପଷ୍ଟ କରିଛି ଯେ ଏହି ମାନ୍ୟତା କେବଳ ନୂତନ ଉପଭୋକ୍ତା ପଞ୍ଜୀକରଣ ଉପରେ ଆଧାରିତ ନୁହେଁ, ବରଂ ଏଥିରେ ଉପଭୋକ୍ତାଙ୍କ ସମ୍ପୃକ୍ତି, ପ୍ଲାଟଫର୍ମରେ ବିତାଇଥିବା ସମୟ ଓ ଭାବ ଆଦାନପ୍ରଦାନର ସ୍ତର ମଧ୍ୟ ଅନ୍ତର୍ଭୁକ୍ତ ଅଛି। ଏହା ଚାଲୁ ରହିଥିବା ପରକୀୟା ସମ୍ପର୍କର ସୂଚକ। ଏହି ଧାରା ଆଉ ବଡ଼ ସହରରେ ସୀମିତ ନାହିଁ। ମୁମ୍ବାଇ ଭଳି ପାରମ୍ପରିକ ମେଟ୍ରୋ ହବ୍କୁ ପଛରେ ପକାଇ ଜୟପୁର, ଗାଜିଆବାଦ, ରାୟଗଡ଼ ଓ କାମରୂପ ଭଳି ଟାୟାର-୨ ସହର ଏହି ତାଲିକାରେ ସ୍ଥାନ ପାଇଛି। ପରକୀୟା ସଂପର୍କରେ ଶୀର୍ଷ ୨୦ଟି ଭାରତୀୟ ଜିଲ୍ଲା ମଧ୍ୟରୁ ୯ଟି ଦିଲ୍ଲୀ-ଏନ୍ସିଆର୍ ଅଞ୍ଚଳର, ଯେଉଁଥିରେ କେନ୍ଦ୍ରୀୟ ଦିଲ୍ଲୀ, ଗୁରୁଗ୍ରାମ, ନୋଏଡା ଓ ଗାଜିଆବାଦ ଅନ୍ତର୍ଭୁକ୍ତ। ଏପ୍ରିଲରେ ପ୍ରକାଶିତ ଏକ ୟୁ-ଗଭ୍ ସର୍ଭେରେ ୫୩% ଭାରତୀୟ ଅଂଶଗ୍ରହଣକାରୀ ବିବାହୋତ୍ତର ସମ୍ପର୍କ ଥିବା ସ୍ୱୀକାର କରିଥିଲେ, ଯାହା ଭାରତ ଓ ବ୍ରାଜିଲକୁ ବିଶ୍ୱସ୍ତରରେ ଶୀର୍ଷରେ ରଖିଥିଲା।
ଭାରତରେ ବଢ଼ୁଛି ପରକୀୟା ସମ୍ପର୍କ ଦିଲ୍ଲୀ, ମୁମ୍ବାଇକୁ ଟପିଲା କାଞ୍ଚିପୁରମ୍
ଗ୍ଲୋବାଲ ଡେଟିଂ ପ୍ଲାଟଫର୍ମ ଆସ୍ଲେ ମାଡିସନ୍ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପରକୀୟ ସମ୍ପର୍କରେ ଭାରତ ବିଶ୍ୱସ୍ତରରେ ଷଷ୍ଠ ସ୍ଥାନ ହାସଲ କରିଛି। ଛୋଟ ସହରଗୁଡ଼ିକ ମେଟ୍ରୋକୁ ପଛରେ ପକାଇ ଦେଇଥିବାରୁ ସମ୍ପର୍କ ଗତିଶୀଳତାରେ ପରିବର୍ତ୍ତନ...
/sambad/media/media_files/2025/07/25/new-project-4-2025-07-25-10-13-01.jpg)