ନୂଆଦିଲ୍ଲୀ : ଆସନ୍ତା କାଲିଠାରୁ ଭାରତର ବୈଦେଶିକ ସଚିବ ବିଜୟ ଗୋଖଲେଙ୍କ ଚୀନ ଗ୍ରସ୍ତ ଆରମ୍ଭ ହେଉଛି । ଏହି ଅବସରରେ ସେ ଚୀନର ବୈଦେଶିକ ମନ୍ତ୍ରୀ ଓ୍ଵାଂ ୟି ଙ୍କୁ ଭେଟି ଆଲୋଚନା କରିବେ । ଦୁଇ ଦେଶ ଏହାକୁ ଏକ ନିୟମିତ କୂଟନୈତିକ ପ୍ରକ୍ରିୟା ବୋଲି କହୁଥିବାବେଳେ ଏହି ଗ୍ରସ୍ତର ସମୟ ବେଶ ଗୁରୁତ୍ୱ ବହନ କରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ମାସୁଦ ଆଝାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପାଇଁ ଜାତିସଂଘର ଅନ୍ୟ ୪ ସ୍ଥାୟୀ ସଦସ୍ୟଙ୍କ ଚାପ ଚୀନ ଉପରେ ବଢିଚାଲିଛି । ଚୀନ ମଧ୍ୟ ଏ କ୍ଷେତ୍ରରେ କିଛିଟା ନରମ ମନୋଭାବ ପୋଷଣ କରିବା ଆରମ୍ଭ କରିଛି । ଏହାର ସୁଯୋଗ ନେଇ ଭାରତ ଚୀନକୁ ନିଜର ଚିନ୍ତା ସଂପର୍କରେ ଅବଗତ କରାଇବ ।
Sambad is now on WhatsApp
Join and get latest news updates delivered to you via WhatsApp
ଆହୁରି ମଧ୍ୟ ଚୀନର ଉଚ୍ଚାଭିଳାଷୀ ବେଲ୍ଟ ଏଣ୍ଡ ରୋଡ ଫୋରମ ସମ୍ମିଳନୀର କିଛି ଦିନ ଆଗରୁ ଏହି ଗ୍ରସ୍ତ ହେଉଛି । ଚୀନର ବିଭିନ୍ନ ଉଦ୍ୟମ ସତ୍ତ୍ୱେ ଭାରତ ଏଥିରେ ସାମିଲ ହେଉନାହିଁ । ଏହି ଆଲୋଚନାରେ ଚୀନ ଭାରତକୁ ପୁଣି ମନେଇବାକୁ ଚେଷ୍ଟା କରିପାରେ ।