ନୂଆଦିଲ୍ଲୀ : ବିଦେଶୀ ବିଶ୍ବବିଦ୍ୟାଳୟଗୁଡ଼ିକ ଭାରତରେ କ୍ୟାମ୍ପସ୍ ଖୋଲିବାକୁ ଚାହିଲେ ପ୍ରାରମ୍ଭିକ ଭାବେ ୧୦ ବର୍ଷ ପାଇଁ ବିଶ୍ବବିଦ୍ୟାଳୟ ମଞ୍ଜୁରି ଆୟୋଗ (ୟୁଜିସି)ର ଅନୁମତି ନେବାକୁ ପଡ଼ିବ। ଏ ବାବଦରେ ବିଶଦ ମାର୍ଗଦର୍ଶିକା ଜାରି କରି ୟୁଜିସି ଅଧ୍ୟକ୍ଷ ଏମ୍ ଜଗଦୀଶ କୁମାର କହିଛନ୍ତି ଯେ ବିଦେଶୀ ବିଶ୍ବବିଦ୍ୟାଳଗୁଡ଼ିକ ୟୁଜିସିର ଅନୁମୋଦନ ପାଇବାକୁ ହେଲେ ସମସ୍ତ ଆବଶ୍ୟକ ମାନଦଣ୍ଡ ପୂରଣ କରୁଥିବା ଦରକାର।

Advertisment

କୁମାର କହିଛନ୍ତି ଯେ, ଅନୁମତିପ୍ରାପ୍ତ ବିଦେଶୀ ବିଶ୍ବବିଦ୍ୟାଳୟଗୁଡ଼ିକରେ ଭାରତୀୟ ଓ ବିଦେଶୀ ଛାତ୍ରଛାତ୍ରୀ ପଢ଼ିପାରିବେ। ଏହି ଶିକ୍ଷାନୁଷ୍ଠାନଗୁଡ଼ିକ ନିଜସ୍ବ ଆଡ୍‌ମିସନ ପ୍ରକ୍ରିୟା ମଧ୍ୟ ଚାଲୁ କରିପାରିବେ। ଯେଉଁ ବିଦେଶୀ ବିଶ୍ବବିଦ୍ୟାଳୟଗୁଡ଼ିକ ବିଶ୍ବର ୫୦୦ ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ଭିତରେ ସ୍ଥାନ ପାଇଛନ୍ତି କେବଳ ସେହିମାନଙ୍କୁ ଭାରତରେ ଶାଖା ଖୋଲିବା ପାଇଁ ଅନୁମତି ଦିଆଯିବ ବୋଲି କୁମାର କହିଛନ୍ତି।