ଜଙ୍ଗଲ ନିଅାଁ ମୃତ୍ୟୁସଂଖ୍ୟା ୧୦ ଛୁଇଁଲା, ୮ ଗୁରୁତର

ଚେନ୍ନାଇ : ଗତକାଲି ତାମିଲନାଡ଼ୁର ଥେନି ଜିଲ୍ଲା ନିକଟ କୁରନଗନି ପାର୍ବତ୍ୟାଞ୍ଚଳରେ ହୋଇଥିବା ଅଗ୍ନିକାଣ୍ଡରେ ମୃତ୍ୟୁସଂଖ୍ୟା ୧୦ ଛୁଇଁଛି। ଆଜି ଜଙ୍ଗଲରୁ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ବାୟୁ ସେନା ବାହିନୀ ଏଯାବତ୍‌ ୨୬ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସୂଚନାନୁଯାୟୀ, ୮ ଯୁବକ, ୨୫ ମହିଳା ଏବଂ ୩ ଶିଶୁଙ୍କୁ ନେଇ ଯାଇଥିବା ଏକ ୩୬ ସଦସ୍ୟ ବିଶିଷ୍ଟ ପର୍ବତାରୋହୀ ଗୋଷ୍ଠୀ ଗତ ଶନିବାର କୁରନଗନି ପର୍ବତ ନିକଟରେ ଶିବିର ପକାଇ ରହିଥିଲେ। ତେବେ ରବିବାର ସେମାନେ ଫେରିବାକୁ ଥିବା ବେଳେ ଅଚାନକ ଜଙ୍ଗଲ ନିଅାଁରେ ଫସିଯାଇଥିଲେ।

ସମ୍ବନ୍ଧିତ ଖବର