ନୂଆଦିଲ୍ଲୀ : ବିଗତ ଦୁଇ ବର୍ଷରେ ଓଡ଼ିଶାରେ ୮୮୫ ବର୍ଗ କିମି ଜଙ୍ଗଲ ବୃଦ୍ଧି ପାଇଛି। ଆଜି ନୂଆଦିଲ୍ଲୀ ଠାରେ ଉନ୍ମୋଚିତ ‘ଇଣ୍ଡିଆ ଷ୍ଟେଟ ଅଫ୍ ଫରେଷ୍ଟ ରିପୋର୍ଟ-୨୦୧୭’ରୁ ଏହା ଜଣାପଡ଼ିଛି। ରିପୋର୍ଟ ମୁତାବକ, ଦେଶରେ ଜଙ୍ଗଲ ଆବରଣ ମୋଟାମୋଟି ୧% ବଢ଼ିଛି। ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୨,୧୪୧ ବର୍ଗ କିମି, କର୍ଣ୍ଣାଟକରେ ୧,୧୦୧ ବର୍ଗ କିମି, କେରଳରେ ୧,୦୪୩ ବର୍ଗ କିମି ଓ ତେଲେଙ୍ଗାନାରେ ୫୯୫ ବର୍ଗ କିମି ଜଙ୍ଗଲ ବଢ଼ିଛି। ଉପଗ୍ରହ ତଥ୍ୟ ମୁତାବକ, ୨୦୧୫ ମସିହା ତୁଳନାରେ ୨୦୧୭ରେ ରାଜ୍ୟର ବହୁତ ଘନ ଜଙ୍ଗଲ ଓ ମାମୁଲି ଘନ ଜଙ୍ଗଲର ପରିମାଣ ସାମାନ୍ୟ ହ୍ରାସ ପାଇଛି। ତେବେ ୨୦୧୫ ଚୁଳନାରେ ରାଜ୍ୟର ଖୋଲା ଜଙ୍ଗଲ ୨୦୧୭ରେ ୧,୦୦୩ ବର୍ଗ କିମି ବଢ଼ିଛି। ବନୀକରଣ ଓ ଜଙ୍ଗଲ ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରାଯିବାରୁ ଏପରି ହୋଇଥିବା ଜଣାଯାଇଛି। ରାଜ୍ୟର ୧୨ ଟି ଆଦିବାସୀ ବହୁଳ ଜିଲ୍ଲାରେ ମୋଟ ୪୧୫ ବର୍ଗ କିମି ଜଙ୍ଗଲ ବୃଦ୍ଧି ହୋଇଛି। ସେହିପରି ଆୟତନ ଦୃଷ୍ଟିରୁ କନ୍ଧମାଳରେ ସର୍ବାଧିକ ଜଙ୍ଗଲ ଥିବା ବେଳେ ବଲାଙ୍ଗୀରରେ ସର୍ବାଧିକ ୧୫୧ ବର୍ଗ କିମି ଜଙ୍ଗଲ ବୃଦ୍ଧି ହୋଇଛି। ସେହିଭଳି ୨୦୧୫ ତୁଳନାରେ ରାଜ୍ୟରେ ୧୨ ବର୍ଗ କିମି ହେନ୍ତାଳ ବଣ ବୃଦ୍ଧି ହୋଇଛି। ୨୦୧୭ରେ ରାଜ୍ୟରେ ଜଙ୍ଗଲପୋଡ଼ି ମଧ୍ୟ ମାତ୍ରାଧିକ ହୋଇଥିବାରୁ ଏନେଇ ବନ ବିଭାଗକୁ ରିପୋର୍ଟରେ ସତର୍କ କରାଯାଇଛି।
ଓଡ଼ିଶାରେ ୮୮୫ ବର୍ଗ କିମି ଜଙ୍ଗଲ ବଢ଼ିଛି
/sambad/media/post_attachments/wp-content/uploads/2018/02/forest.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)