ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ଓ ଲଦାଖରେ ପ୍ରବଳ ଶୀତ ଆରମ୍ଭ ହେବା ମାତ୍ରେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ପାଇଁ ଭାରତୀୟ ସେନା ଜୋଜିଲା ପାସ୍ ନିକଟରେ ୧୧,୫୦୦ ଫୁଟ ଉଚ୍ଚତାରେ 'ଫୋର୍ଜ ଥଣ୍ଡରଷ୍ଟୋର୍ମ' ତୋପ ମୁତୟନ କରିଛି। ଧ୍ରୁବ କମାଣ୍ଡ ନାମରେ ପରିଚିତ ଉତ୍ତର କମାଣ୍ଡ ଅଧୀନରେ ଥିବା ସେନାର ଆର୍ଟିଲାରୀ ରେଜିମେଣ୍ଟ ପକ୍ଷରୁ ଏସବୁର ମୁତୟନ କରାଯାଇଛି । ଶୀତଋତୁରେ ଚୀନ ଓ ପାକିସ୍ତାନୀ ସୈନ୍ୟଙ୍କ ଅନୁପ୍ରବେଶ ଆଶଙ୍କାକୁ ରୋକିବାକୁ ଏପରି ପଦକ୍ଷେପ ନିଆଯାଇଛି ।
ଏହି ତୋପ ମୁତୟନ ସହ ରେଜିମେଣ୍ଟ ପକ୍ଷରୁ ଲଦାଖର ବିପଦପୂର୍ଣ୍ଣ ପର୍ବତରେ ଥିବା ଜୋଜିଲା ପାସ୍ ନିକଟରେ ଅଭ୍ୟାସ କରାଯାଇଛି । ଲଦାଖର ପ୍ରବଳ ଥଣ୍ଡାରେ ସେନାକୁ ପ୍ରସ୍ତୁତ ରଖିବାକୁ ଏହି ଅଭ୍ୟାସ କରାଯାଇଛି । ଏହି ଅଭ୍ୟାସ ବେଳେ ଟାର୍ଗେଟ ନିର୍ଦ୍ଧାରଣ କରିବା ପାଇଁ ଥର୍ମାଲ ଇମେଜିଂ ପର୍ଯ୍ୟବେକ୍ଷଣ ଉପକରଣ ଏବଂ ଏକ ଭିଜନ ଡାଏଲ ବ୍ୟବହାର କରାଯାଇଥିଲା। ଅଧିକାରୀମାନେ ସୈନିକମାନଙ୍କୁ ଆକ୍ସନ ପ୍ଲାନ ବିଷୟରେ ଅବଗତ କରାଇଥିଲେ। ଫିଲ୍ଡ ବନ୍ଧୁକର ଉଚ୍ଚତା ନିର୍ଦ୍ଧାରିତ ଲକ୍ଷ୍ୟ ଅନୁଯାୟୀ କ୍ୟାଲିବ୍ରେଟ୍ କରାଯାଇଥିଲା।
୧୯୪୭-୪୮ ର ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଜୋଜିଲା ପାସ୍ ପାକିସ୍ତାନୀ ଆକ୍ରମଣକାରୀଙ୍କ ହାତକୁ ଯାଇଥିଲା ଏବଂ ଲେହର ସୁରକ୍ଷା ପାଇଁ ଏହାକୁ ପୁଣି ଦଖଲ କରିବା ଗୁରୁତ୍ୱପୂର୍ଣ୍ଣ ଥିଲା । ଜୋଜିଲା ପାସ୍ କୁ ଦଖଲ କରିବା ପାଇଁ ଭାରତୀୟ ସେନା ଅପରେସନ୍ ବାଇସନ୍ ଆରମ୍ଭ କରିଥିଲା।