ଏଲ୍‌ଏସିରେ ଚୀନ୍‌ ଯାହା କରୁଛି, ଆମ ସେନା ବି ତାହା କରିପାରିବେ: ପୂର୍ବ ସେନାମୁଖ୍ୟ ଭିପି ମଲିକ

ନୂଆଦିଲ୍ଲୀ: ପୂର୍ବ ଲଦାଖ୍‌ ସୀମାରେ ଚୀନ୍‌ ଏବେ ଉତ୍ତେଜନା ବଢ଼ାଇବା ପାଇଁ ବଡ଼ ଷଡ଼ଯନ୍ତ୍ର କରିଛି। ତେବେ ଚୀନ୍‌ ସେନା ସେଠାରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ଯାହା କରୁଛି, ତାହା ଭାରତର ସେନା ମଧ୍ୟ କରିପାରିବେ। ଏଥିପାଇଁ ସରକାରଙ୍କ ଅନୁମତି ଆବଶ୍ୟକ ବୋଲି ପୂର୍ବ ସେନାମୁଖ୍ୟ ଭି.ପି. ମଲିକ କହିଛନ୍ତି। ସୀମାରେ ଚୀନ୍‌ ଉତ୍ତେଜନା ବଢ଼ାଇ ଭାରତ ଉପରେ ଚାପ ସୃଷ୍ଟି କରିବାକୁ ଚାହୁଛି। ତେବେ ଚୀନ୍‌ ସେନାର ଶକ୍ତି ସହିତ ଆମେ ମଧ୍ୟ ସମକକ୍ଷ ଏବଂ ଚୀନ୍‌ର ମୁକାବିଲା ପାଇଁ ଭାରତ ସମାନ ରଣନୀତି ଅବଲମ୍ବନ କରିପାରିବ ବୋଲି ମଲିକ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Comments are closed.