ପୂର୍ବତନ ଆସାମ ମୁଖ୍ୟମନ୍ତ୍ରୀ ତରୁଣ ଗୋଗଇ ଆଇସିୟୁରେ

ଗୌହାଟୀ : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଆସାମ ମୁଖ୍ୟମନ୍ତ୍ରୀ ତରୁଣ ଗୋଗଇ ଆଜି ଗୌହାଟି ମେଡିକାଲ୍‌ କଲେଜ୍‌ ହସ୍ପିଟାଲ୍‌ (ଜିଏମ୍‌ସିଏଚ୍‌)ର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଗତ ମାସରେ ୮୫ ବର୍ଷୀୟ ତରୁଣ ଗୋଗଇ କ‌ରୋନା ସଂକ୍ରମିତ ହୋଇଥିଲେ। ଆଜି ହଠାତ୍‌ ତାଙ୍କ ଅକ୍ସିଜେନ୍‌ ସ୍ତର କମିଯିବାରୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଉଛି। ଆସାମ କଂଗ୍ରେସ ବିଭାଗ ମୁଖ୍ୟ ରିପୁନ ବୋରା ଆଜି ଏକ ଟ୍ବିଟ୍‌ କରି କହ‌ିଛନ୍ତି ଯେ, ସେ ଗୋଗଇଙ୍କୁ ଜିଏମସିଏଚ୍‌ର ଆଇସିୟୁରେ ଭେଟିଥିଲେ ଏବଂ ତାଙ୍କ ସ୍ବାସ୍ଥାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ଗୋଗଇ ଅଗଷ୍ଟ ୨୬ରେ କରୋନା ସଂକ୍ରମିତ ହେବାପରେ ତାଙ୍କୁ ଜିଏମ୍‌ସିଏଚ୍‌ରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧିତ ଖବର