ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି ଇରସାଦଙ୍କ ପରଲୋକ, ବିରୋଧରେ ରୁଜୁ ହୋଇଥିଲା ୨୬ ମାମଲା

ଢାକା: ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି ଏଚ୍‌ଏମ୍‌ ଇରସାଦ୍‌ଙ୍କ ରବିବାର ଏଠାରେ ଥିବା ସେନା ହସ୍‌ପିଟାଲରେ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନରୁ ଅସୁସ୍ଥ ଥିବାରୁ ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଅନ୍ତଃସେବା ଲୋକସଂପର୍କ ନିର୍ଦ୍ଦେଶାଳୟର ସହାୟକ ନିର୍ଦ୍ଦେଶକ ରାଶେଦୁଲ ଆଲ ଖାନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଇରସାଦ (୮୯)ଙ୍କ ଆଜି ପୂର୍ବାହ୍ଣ ୭ଟା ୪୨ରେ ପରଲୋକ ହୋଇଛି।

ବିରୋଧୀ ନେତା ଓ ୫ଥର ସାଂସଦ ପଦରରେ ରହିଥିବା ଇରସାଦ ଦୀର୍ଘ ସମୟ ଧରି ରୋଗରେ ପୀଡ଼ିତ ଥିଲେ। ତାଙ୍କୁ ଜୁନ ୨୬ରେ ସିଏମ୍‌ଏଚ୍‌ରେ ଭର୍ତ୍ତି କରାଯାଇଥିଲା। ହସ୍‌ପିଟାଲର ଆଇସିୟୁରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ତାଙ୍କର ପାର୍ଥିବ ଶରୀରକୁ ମଙ୍ଗଳବାର ଅନ୍ତିମ ସଂସ୍କାର କରାଯିବ।

ଇରସାଦ ୧୯୮୨ ଏପ୍ରିଲ ୨୪ରେ ତତ୍କାଳୀନ ରାଷ୍ଟ୍ରପତି ଅବଦୁସ ସତ୍ତାରଙ୍କ ସରକାରରେ ବଡ଼ ବିରୋଧୀ ଥିଲେ। ଜଷ୍ଟିସ ଅବୁଲ ଫଜଲ ମହମ୍ମଦ ଅହସାନୁଦ୍ଦୀନ ଚୌଧୁରୀ ତାଙ୍କୁ ରାଷ୍ଟ୍ରପତି ପଦରେ ନିଯୁକ୍ତ କରିଥିଲେ। ଏହା ପରେ ୧୯୮୩ରେ ସେ ନିଜେ ଦେଶର ରାଷ୍ଟ୍ରପତି ହୋଇଥିଲେ। ରାଷ୍ଟ୍ରବ୍ୟାପୀ ଜନ ଆନ୍ଦୋଳନ ପରେ ତାଙ୍କୁ ୧୯୯୦ ଡିସେମ୍ବର ୬ରେ ପଦ ଛାଡ଼ିବାକୁ ପଡ଼ିଥିଲା। ସେ ୧୯୯୧ରେ ଗିରଫ ହୋଇଥିଲେ ଏବଂ ୧୯୯୭ରେ ଜାମିନରେ ଆସିଥିଲେ। ତାଙ୍କ ନାମରେ ଦୁର୍ନୀତ ଜନିତ ୨୬ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର