ଏହ୍ଲାବାଦ ହାଇକୋର୍ଟ ଜାମିନ ପ୍ରଦାନ କରିବା ପରେ ଆଜି ଜେଲରୁ ମୁକୁଳିଲେ ଦୁଷ୍କର୍ମ ଅଭିଯୁକ୍ତ ବିଜେପିର ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦ

ଲକ୍ଷ୍ନୌ: ଯୌନ ନିର୍ଯାତନା ଅଭିଯୋଗରେ ଜେଲରେ ଥିବା ବିଜେପିର ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦ ଆଜି ଜେଲରୁ ମୁକୁଳିଛନ୍ତି। ଜନୈକା ଆଇନ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ତଥା ତାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ଉତ୍ତରପ୍ରଦେଶ ପୁଲିସ ଗିରଫ କରିବାପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଥିଲା।

ତେବେ, ଉତ୍ତରପ୍ରଦେଶର ଏହ୍ଲାବାଦ ହାଇକୋର୍ଟ ଦୁଷ୍କର୍ମ ଅଭିଯୁକ୍ତ ୭୨ ବର୍ଷ ବୟସ୍କ ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ସୋମବାର ଦିନ ସର୍ତ୍ତମୂଳକ ଜାମିନ ପ୍ରଦାନ କରିବା ପରେ ସେ ଆଜି ଶହାଜାହାନପୁର ଜେଲରୁ ମୁକୁଳିଛନ୍ତି। ସସସ୍ତ କାଗଜ ପତ୍ର ପ୍ରକ୍ରିୟା ଶେଷ ହେବାପରେ ଚିନ୍ମୟାନନ୍ଦଙ୍କୁ ଆଜି ସନ୍ଧ୍ୟା ୫ଟାରେ ଜେଲରୁ ଛଡ଼ା ଯାଇଥିବା କହିଛନ୍ତି ଶହାଜାହାନପୁର ଜେଲର ଜେଲର।

ଉଲ୍ଲେଖଯୋଗ୍ୟ, ଜନୈକା ଆଇନ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ତଥା ତାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ଉତ୍ତରପ୍ରଦେଶ ପୁଲିସ ଗିରଫ କରିବାପରେ ସେ ଗତ ସେପ୍ଟେମ୍ବର ୩୦ ତାରଖ ଠାରୁ ଜେଲରେ ଥିଲେ। ତାଙ୍କର ଜାମିନ ଆବେଦନ ବାରମ୍ବାର ବିଭିନ୍ନ ଅଦାଲତରେ ଖାରଜ ହେବା ପରେ ଶେଷରେ ଉତ୍ତରପ୍ରଦେଶର ଏହ୍ଲାବାଦ ହାଇକୋର୍ଟ ଦୁଷ୍କର୍ମ ଅଭିଯୁକ୍ତ ୭୨ ବର୍ଷ ବୟସ୍କ ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ସୋମବାର ଦିନ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର