ୟୁପିରେ ବିଜେପିକୁ ପୁଣି ଝଟ୍‌କା: ପୂର୍ବତନ ମନ୍ତ୍ରୀ ଦାରା ସିଂ ଚୌହାନ ଯୋଗଦେଲେ ଏସପିରେ

ଲକ୍ଷ୍ନୌ: ଯୋଗୀ ଆଦିତ୍ୟନାଥ କ୍ୟାବିନେଟର ପୂର୍ବତନ ମନ୍ତ୍ରୀ ଦାରା ସିଂ ଚୌହାନ ରବିବାର ଦିନ ସମାଜବାଦୀ ପାର୍ଟିରେ ଏହାର ଜାତୀୟ ସଭାପତି ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ଯୋଗ ଦେଇଛନ୍ତି। ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଏବଂ ଧର୍ମ ସିଂ ସାଇନିଙ୍କ ପରେ ଦାରା ସିଂ ଚୌହାନ ହେଉଛନ୍ତି ତୃତୀୟ ମନ୍ତ୍ରୀ ଅଟନ୍ତି; ଯିଏକି ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ଛାଡି ଅଖିଳେଶ ଯାଦବଙ୍କ ନେତୃତ୍ୱାଧୀନ ସମାଜବାଦୀ ପାର୍ଟି (ସପା)ରେ ଯୋଗ ଦେଇଛନ୍ତି।

୨୦୧୭ରେ ବିଜେପି ସରକାର ‘ସବକା ସାଥ, ସବକା ବିକାଶ’ର ସ୍ଲୋଗାନ ଦେଇ ସମସ୍ତଙ୍କ ଠାରୁ ସମର୍ଥନ ନେଇଥିଲା। କିନ୍ତୁ ଦଳ କେବଳ ମାତ୍ର ଅଳ୍ପ କିଛି ଲୋକଙ୍କ ବିକାଶ ପାଇଁ କାମ କରିଥିଲା ବୋଲି ଚୌହାନ ଏସପିରେ ଯୋଗଦେବା ପରେ କହିଛନ୍ତି। ଲକ୍ଷ୍ନୌର ମଧୁବନ ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ଆହୁରି ଦାବି କରିଛନ୍ତି ଯେ କେବଳ ପଛୁଆ ବର୍ଗ ଏବଂ ଦଳିତମାନେ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୁଷ୍ଟ ନୁହଁନ୍ତି, ବ୍ରାହ୍ମଣମାନେ ମଧ୍ୟ ଏଠାରେ ବିଜେପି ସରକାରରେ ସନ୍ତୁଷ୍ଟ ନୁହଁନ୍ତି। ଅନ୍ୟପକ୍ଷରେ ଏସପି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି, ମୁଁ ଦାରା ସିଂ ଚୌହାନ ଏବଂ ତାଙ୍କ ସମର୍ଥକମାନଙ୍କୁ ସ୍ୱାଗତ କରୁଛି ଯେଉଁମାନେ ବହୁ ସଂଖ୍ୟାରେ ଆସିଛନ୍ତି।

ଏହା ପୂର୍ବରୁ ଜାନୁଆରି ୧୪ରେ ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଏବଂ ଧର୍ମ ସିଂ ସାଇନି, ଯୋଗୀ ଆଦିତ୍ୟନାଥ ସରକାରରୁ ଇସ୍ତଫା ଦେଇ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର