ସିମଲା : ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ନାଗାଲାଣ୍ଡର ପୂର୍ବତନ ରାଜ୍ୟପାଳ ତଥା ପୂର୍ବତନ ସିବିଆଇ ମୁଖ୍ୟ ଅଶ୍ବିନୀ କୁମାରଙ୍କୁ  ସିମଲାସ୍ଥିତ ତାଙ୍କ ବାସଭବନରେ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଠାବ ହେବା ପରେ ଘଟଣାସ୍ଥଳରେ ପୁଲିସ ଏବଂ ଡାକ୍ତରୀ ଦଳ ପହଞ୍ଚିଥିଲେ। .ସେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ତେବେ ଶିମ୍‌ଲାର ବ୍ରୋକ୍‌ସର୍ଟସ୍ଥିତ ତାଙ୍କ ବାସଭବନରେ କୁମାର ରଶି ଦେଇ ଆତ୍ମହତ୍ୟା କରିଥିବା ସିମ୍‌ଲା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ମୋହିତ ଚାୱଲା କହିଛନ୍ତି।

Advertisment

୧୯୭୩ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଅଶ୍ବିନୀ କୁମାର ୨୦୧୩ରେ ସ୍ବଳ୍ପକାଳ ଲାଗି ନାଗାଲାଣ୍ଡର ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ। ଏହା ପୂର୍ବରୁ  ଅଶ୍ବିନୀ କୁମାର ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ( ସିବିଆଇ)ର ନିର୍ଦ୍ଦେଶକ ଥିଲେ। ସିବିଆଇ କାର୍ଯ୍ୟକାଳ ମଧ୍ୟରେ ସେ ଆରୁଷୀ-ହେମରାଜ ହତ୍ୟା ମାମଲା ଏବଂ ସୋହରାବୁଦ୍ଦିନ ନକଲି ଏନକାଉଣ୍ଟର ମାମଲା ଭଳି ଅନେକ ହାଇପ୍ରୋଫାଇଲ୍ ମାମଲା ପରିଚାଳନା କରିଥିଲେ। ଏହାପୂର୍ବରୁ ସେ ଅଗଷ୍ଟ ୨୦୦୬ରୁ ଜୁଲାଇ ୨୦୦୮ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶର ଡିଜିପି ଭାବରେ କାର୍ଯ୍ୟ କରିଥିଲେ।