ବାଗଦାଦ୍ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁନାଥ ଝା’ଙ୍କର ପରଲୋକ ହୋଇଯାଇଛି। ଗତକାଲି ଭୋର ୩ଟା ବାଜି ୧୦ ମିନିଟ୍ ସମୟରେ ଦିଲ୍ଲୀ ସ୍ଥିତ ରାମ ମନୋହର ଲୋହିଆ ମେଡିକାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ହୃଦ୍ଘାତ ସହ କିଡ୍ନୀ ଜନିତ ଅସୁସ୍ଥତା ଏବଂ ସେପ୍ଟିକ୍ ସକ୍ ହେତୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଅସୁସ୍ଥତା ହେତୁ ସେ ଗତ ଜାନୁଆରୀ ୧୩ ତାରିଖରେ ରାମ ମନୋହର ଲୋହିଆ ହସ୍ପିଟାଲ୍ର ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଅଗଷ୍ଟ ୯, ୧୯୩୯ ମସିହାରେ ଜନ୍ମ ହୋଇଥିବା ରଘୁନାଥ ଝା’ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଉପା ସରକାର ସମୟରେ ଭାରୀ ଉଦ୍ୟୋଗ ଏବଂ ସାର୍ବଜନିକ ଉଦ୍ୟମ ପାଇଁ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଥିଲେ। ଆରଜେଡି ତଥା ରାଷ୍ଟ୍ରୀୟ ଜନତା ଦଳର ବ୍ରାହ୍ମଣ ମୁହଁ ଭାବେ ବିବେଚିତ ଝା’ ଦଳ ତ୍ୟାଗ କରି ସମାଜବାଦୀ ଦଳରେ ଯୋଗ ଦେଇଥିଲେ। ଦଳୀୟ କର୍ମୀ ଏବଂ ବରିଷ୍ଠ ନେତାମାନଙ୍କୁ ପଛରେ ପକାଇ ଲାଲୁଙ୍କ ପାରିବାରିକ ରାଜନୀତିକୁ ସେ ତୀବ୍ର ନିନ୍ଦା କରିବା ସହ ଦଳ ତ୍ୟାଗ କରିଥିଲେ। କିନ୍ତୁ ଏହାପରେ ସମାଜବାଦୀ ପାର୍ଟିରେ ୧୬ ମାସ ରହିବାପରେ ସେ ନିଜ ପୁଅ ଅଜିତ କୁମାରଙ୍କ ସହ ଜାନୁଆରୀ ୨୦୧୭ରେ ପୁନର୍ବାର ଆରଜେଡିରେ ଯୋଗ ଦେଇଥିଲେ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁନାଥ ଝା’ଙ୍କ ପରଲୋକ
/sambad/media/post_attachments/wp-content/uploads/2018/01/IN15RAGHUNATHJHA.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)