ନୂଆଦିଲ୍ଲୀ: ଦେଶର ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ମନୋହର ସିଂହ ଗିଲ୍ (୮୬)ଙ୍କର ଆଜି ପରଲୋକ ହୋଇଛି। ଦକ୍ଷିଣ ଦିଲ୍ଲୀର ଏକ ଡାକ୍ତରଖାନାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଗତ କିଛିଦିନ ହେଲା ସେ ଅସୁସ୍ଥ ଥିଲେ ବୋଲି ତାଙ୍କ ନିକଟତମ ସୂତ୍ରରୁ ଜଣାଯାଇଛି। ସୋମବାର ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ। ୧୯୯୬ ଡିସେମ୍ବରରୁ ୨୦୦୧ ଜୁନ୍ ପର୍ଯ୍ୟନ୍ତ ଗିଲ୍ ମୁଖ୍ୟ ନିର୍ବାଚନ କମିସନର ଥିଲେ। ଟିଏନ୍ ଶେଷାନ ମୁଖ୍ୟ ନିର୍ବାଚନ କମିସନ ଥିବାବେଳେ ଗିଲ୍ଙ୍କ ସମେତ ଜିଭିଜି କୃଷ୍ଣମୂର୍ତ୍ତିଙ୍କୁ ନିର୍ବାଚନ କମିସନର ସଦସ୍ୟ କରାଯାଇଥିଲା। ଫଳରେ ନିର୍ବାଚନ କମିସନର ୩ ଜଣିଆ ହୋଇଥିଲା। ସମ୍ଭବତଃ ଗିଲ୍ ହେଉଛନ୍ତି ପ୍ରଥମ ମୁଖ୍ୟ ନିର୍ବାଚନ କମିସନର ଯିଏ ରାଜନୀତିରେ ଯୋଗ ଦେଇଥିଲେ। କଂଗ୍ରେସରୁ ସେ ରାଜ୍ୟସଭା ସଦସ୍ୟ ହୋଇଥିଲେ ଏବଂ ୨୦୦୮ରେ ତାଙ୍କୁ କେନ୍ଦ୍ରର କ୍ରୀଡ଼ାମନ୍ତ୍ରୀ କରାଯାଇଥିଲା। ଗିଲ୍ଙ୍କ ପତ୍ନୀ ଏବଂ ୩ ଜଣ ଝିଅ ଅଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp