ଚେନ୍ନାଇ: ଜଷ୍ଟିସ ବିଶ୍ୱନାଥନ ରତ୍ନାମଙ୍କ ଗତ ଶନିବାର ଦିନ ଦେହାନ୍ତ ହେବାର ଦୁଇ ଦିନ ପରେ ଆଜି ସେ କରୋନା ପଜିଟିଭ୍ ଥିଲେ ବୋଲି କହିଛନ୍ତି ଚେନ୍ନାଇ କର୍ପୋରେସନ୍ର ଜନୈକ ଅଧିକାରୀ।
୮୭ ବର୍ଷୀୟ ଜଷ୍ଟିସ୍ ବିଶ୍ୱନାଥନ ଚେନ୍ନାଇ ମିଲାପୋରର ବାସିନ୍ଦା ଥିଲେ। ସେ ହିମାଚଳ ପ୍ରଦେଶ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ତଥା ହିମାଚଳ ପ୍ରଦେଶର ପୂର୍ବତନ କାର୍ଯ୍ୟକାରୀ ରାଜ୍ୟପାଳ ଥିଲେ। ୧୯୯୪ରେ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ପଦବୀରୁ ଅବସର ଗ୍ରହଣ କରିବା ପରେ ସେ ଏବଂ ତାଙ୍କ ପରିବାର ଚେନ୍ନାଇରେ ଆସି ଅବସ୍ଥାନ କରୁଥିଲେ। ତାଙ୍କର ପତ୍ନୀ, ଏବଂ ଦୁଇ ନାତି ନାତୁଣୀ ଅଛନ୍ତି। ଜଷ୍ଟିସ୍ ବିଶ୍ୱନାଥନ ୧୯୯୨ରେ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।
ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ପରେ ତାଙ୍କ ନିକଟରେ କରୋନାର ଲକ୍ଷଣ ଦେଖାଯିବାରୁ ତାଙ୍କର ସ୍ୱାବ୍ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠା ଯାଇଥିଲା। ହେଲେ, ଶନିବାର ଦିନ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇ ଯାଇଥିଲା। କିନ୍ତୁ, ଆଜି ଆସିଥିବା ତାଙ୍କ କରୋନା ନମୁନା ପରୀକ୍ଷା ରିପୋର୍ଟରୁ ସେ କରୋନା ପଜିଟିଭ୍ ଥିବା ଜାଣିବାକୁ ମିଳିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp