ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ଭାରତର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ

ନୂଆଦିଲ୍ଲୀ: ଆଜି ରାଜ୍ୟସଭାର ସଦସ୍ୟ ଭାବେ ଭାରତର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଶପଥ ଗ୍ରହଣ କରିଛନ୍ତି। ପୂର୍ବାହ୍ନ ୧୧ଟାରେ ହୋଇଥିବା ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ। ତାଙ୍କୁ ରାଜ୍ୟସଭାର ସିଟ୍‌ ନମ୍ବର ୧୩୧ ଦିଆଯାଇଛି।

ମାର୍ଚ ୧୬ ତାରିଖ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ କରିଥିଲେ।

Image Source: India Today

କଂଗ୍ରେସ ନେତୃତ୍ୱରେ ବହୁଜନ ସମାଜ ପାର୍ଟି, ଭାରତୀୟ କମ୍ୟୁନିଷ୍ଟ୍‍ ପାର୍ଟି, ଡିଏମ୍‌କେ ଏବଂ ଏମ୍‌ଡିଏମ୍‌କେ ଆଦି ବିରୋଧୀ ଦଳର ନେତାମାନେ ଏହାକୁ ବିରୋଧ କରି: ଲଜ୍ଜା, ଲଜ୍ଜା ବୋଲି ଚିତ୍କାର କରିବା ସହ ରାଜ୍ୟସଭା କକ୍ଷ ତ୍ୟାଗ କରିଥିଲେ।

Image Source: Screenshot from rs tv

୬୫ ବର୍ଷିୟ ଗୋଗୋଇ ଭାରତର ପ୍ରଧାନ ବିଚାରପତି ପଦରୁ ନଭେମ୍ବର ମାସରେ ଅବସର ଗ୍ରହଣ କରିଥିଲେ। ୧୩ ମାସରୁ ସାମାନ୍ୟ ଅଧିକ ସମୟ ଧରି ସେ ଏହି ପଦବୀରେ ରହିଥିଲେ। ରାଜ୍ୟସଭାକୁ ମନୋନୀତ ହେବାରେ ସେ ହେଉଛନ୍ତି ପ୍ରଥମ ପ୍ରଧାନ ବିଚାରପତି। ତାଙ୍କୁ ରାଜ୍ୟସଭା ସଦସ୍ୟତା ପାଇଁ ମନୋନୀତ କରାଯିବା କଥାକୁ ବିରୋଧୀ ଦଳମାନେ ସମାଲୋଚନା କରିବା ସହ ବିବାଦ ସୃଷ୍ଟି କରିଥିଲେ।

ସମ୍ବନ୍ଧିତ ଖବର