ହ୍ରାସ ପାଇଲା ଆନ୍ଧ୍ରର ପୂର୍ବ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସୁରକ୍ଷା, ବିମାନବନ୍ଦରରେ କଡା ଯାଞ୍ଚ

ବିଜୟୱାଡା: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସୁରକ୍ଷାକୁ କମାଇଦିଆଯାଇଛି | ଯାହାଫଳରେ ବିମାନବନ୍ଦରରେ ଅନ୍ୟ ସାଧାରଣ ଯାତ୍ରୀଙ୍କ ଭଳି ଚନ୍ଦ୍ରବାବୁଙ୍କୁ କଡା ଯାଞ୍ଚ କରାଯାଇଛି | ଆନ୍ଧ୍ରପ୍ରଦେଶର ଗନବରମ ବିମାନବନ୍ଦରରେ ପୂର୍ବ ମୁଖ୍ୟମନ୍ତ୍ରୀଙ୍କର ଶୁକ୍ରବାର ବିଳମ୍ବିତ ରାତିରେ ଯାଞ୍ଚ କରାଯାଇଥିଲା | କେବଳ ଯାଞ୍ଚ ନୁହଁ ବରଂ ସାଧାରଣ ଯାତ୍ରୀଙ୍କ ଭଳି ଶଟଲ ବସରେ ଯିବାକୁ ପଡିଥିଲା | ଏଠାରେ ସୂଚନା ଥାଉ କି ଚନ୍ଦ୍ରବାବୁଙ୍କୁ ଜେଡ ପ୍ଲସ ସୁରକ୍ଷା ମିଳିଛି |

ତାଙ୍କ ସହ ୨୪ ଘଣ୍ଟା ଧରି ୨୩ ଜଣ ବନ୍ଧୁକଧାରୀ ସୁରକ୍ଷାକର୍ମୀଙ୍କ ସହ ଏସ୍କର୍ଟ ଗାଡି ମିଳିଛି | ୨୦୦୩ ମସିହାରେ ତିରୁପତିର ଅଳିପିରିରେ ମାଓବାଦୀ ତାଙ୍କ ଉପରକୁ ଆକ୍ରମଣ କରିଥିଲେ | ଏହା ପରେ ତାଙ୍କୁ ଜେଡ ପ୍ଲସ ସୁରକ୍ଷା ମିଳିଥିଲା |

Devdiscourse

ଏହି ଯାଂଚକୁ ନେଇ ତେଲୁଗୁ ଦେଶମ ପାର୍ଟି ତୀବ୍ର ବିରୋଧ କରିଛି | ଦଳ ପକ୍ଷରୁ କୁହାଯାଇଛି ଯେ ବିଜେପି ଓ ୱାଇଏସଆର କଂଗ୍ରେସ ପକ୍ଷରୁ ପ୍ରତିଶୋଧ ନିଆଯାଇଛି ଟିଡ଼ିପି ପକ୍ଷରୁ କୁହାଯାଇଛି ଚନ୍ଦ୍ରବାବୁ ଭାରତୀୟ ରାଜନୀତିରେ ଜଣେ ସମ୍ମାନିତ ବ୍ୟକ୍ତିତ୍ୱ | ତେଣୁ ଏଭଳି ବ୍ୟବହାରକୁ ନିନ୍ଦା କରାଯାଉଛି |

ସମ୍ବନ୍ଧିତ ଖବର