ବିହାରର ଦିବଙ୍ଗତ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରାଙ୍କ ଅନ୍ତିମ ସଂସ୍କାର ତୋପ ସଲାମୀ ସମୟରେ ଫୁଟିଲାନି ଗୁଳି !

ପାଟନା: ବିହାରର ୩ ଥର ମୁଖ୍ୟମନ୍ତ୍ରୀ ଦାୟିତ୍ବ ତୁଲାଇଥିବା ଥିବା ଜଗନ୍ନାଥ ମିଶ୍ରାଙ୍କ ଗତ ଅଗଷ୍ଟ ୧୯ତାରିଖରେ ଦିଲ୍ଲୀରେ ପରଲୋକ ହୋଇଥିଲା । ଗତକାଲି ତାଙ୍କର ପାର୍ଥିବ ଶରୀରକୁ ତାଙ୍କର ପୈତୃକ ଗ୍ରାମ ସୁପୌଲ ଜିଲ୍ଲା ଅନ୍ତର୍ଗତ ବଲୁଆରେ ଅନ୍ତିମ ସଂସ୍କାର କରାଯାଇଥିଲା । ଏହି ଅବସରରେ ଜଗନ୍ନାଥ ମିଶ୍ରାଙ୍କୁ ସଂପୂର୍ଣ୍ଣ ରୂପେ ରାଷ୍ଟ୍ରୀୟ ସମ୍ମାନର ସହିତ ବିଦାୟ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି କରାଯାଇଥିଲା ।

ଏହି ଅନ୍ତିମ ସଂସ୍କାର ସମୟରେ ନିଜେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ମଧ୍ୟ ଉପସ୍ଥିତ ଥିଲେ । ତାଙ୍କୁ ୨୧ଟି ବନ୍ଧୁକର ସଲାମି ଦିଆଯିବାର ବ୍ୟବସ୍ଥା ହୋଇଥିଲା, ମାତ୍ର ପୁଲିସ କର୍ମଚାରୀଙ୍କ ୨୧ଟି ବନ୍ଧୁକରୁ ଗୋଟିଏ ବି ଗୁଳି ଫୁଟି ନଥିଲା । ଏଭଳି ଘଟଣା ଦେଖି ପ୍ରଶାସନିକ ଅଧିକାରୀମାନେ ନିଜକୁ ଅପମାନିତ ମନେ କରିଥିଲେ ।

Image result for dr jagannath mishra
photo-indiatoday

ଏହି ଘଟଣାପରେ ବିହାର ପୁଲିସକୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡିଛି ।ଏହି ପ୍ରସଙ୍ଗରେ  ସୁପୌଲ ଏସପି ଏମକେ ଚୌଧୁରୀ କହିଛନ୍ତି, ଗୁଳି ନ ଫୁଟିବା ଘଟଣାର ତଦନ୍ତ ହେବ । ଏହାପରେ ଅସଲ କଥା ସାମ୍ନାକୁ ଆସିବ ବୋଲି ସେ ସୂଚନା ଦେଇଛନ୍ତି।

 

ସମ୍ବନ୍ଧିତ ଖବର