ନୂଆଦିଲ୍ଲୀ: ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ସନାଥ ଜୟସୁରିୟା ଜୁଲାଇ ୯ପରେ ତାଙ୍କ ଦେଶରେ ହୋଇଥିବା ହିଂସାତ୍ମକ ବିରୋଧ ପାଇଁ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଏବଂ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେଙ୍କୁ ଦାୟୀ କରିଛନ୍ତି।
ଜାତୀୟ ଗଣମାଧ୍ୟ ଏନଡିଟିଭିକୁ ସାକ୍ଷାତକାର ଦେଇ ସନାଥ ଜୟସୁରିୟା କହିଛନ୍ତି ଯେ, ଲୋକମାନେ ଆରମ୍ଭରୁ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରୁଥିଲେ। କିନ୍ତୁ ସେ ଇସ୍ତଫା ନଦେଇ ଦେଶ ଛାଡି ପ୍ରଧାନମନ୍ତ୍ରୀଙ୍କୁ କ୍ଷମତା ପ୍ରଦାନ କରିଥିଲେ। ଏପରି ପରିସ୍ଥିତିରେ ଲୋକମାନେ ଆଉ ତାଙ୍କୁ ବିଶ୍ବାସ କରିବେ ନାହିଁ। ବଢ଼ୁଥିବା ଅସନ୍ତୋଷ ମଧ୍ୟରେ ସେ ଜୁଲାଇ ୧୩ରେ ଇସ୍ତଫା ଦେବେ ଏବଂ ଶାନ୍ତିପୂର୍ଣ୍ଣ ଭାବରେ କ୍ଷମତା ହସ୍ତାନ୍ତର ପାଇଁ ରାସ୍ତା ପ୍ରସ୍ତୁତ କରିବେ ବୋଲି ରାଷ୍ଟ୍ରପତି ଗୋଟବାୟା ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଗିରଫଦାରୀ ଭୟକୁ ଦୃଷ୍ଟିରେ ରଖି ସେ ଇସ୍ତଫା ଦେବା ପୂର୍ବରୁ ଦେଶ ଛାଡି ପଳାଇଛନ୍ତି। ଲୋକମାନେ ତାଙ୍କୁ ଦେଶ ଛାଡିବାକୁ କେବେ କହି ନାହାଁନ୍ତି, ଲୋକେ କେବଳ ତାଙ୍କ ଇସ୍ତଫା ଦାବି କରୁଛନ୍ତି। ଦେଶ ଛାଡିବା ଗୋଟବାୟାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି । ଲୋକେ ବିରୋଧ ପ୍ରଦର୍ଶନ କରିବାକୁ ଚାହୁଁନଥିବା ସତ୍ତ୍ବେ ଏଭଳି କରିବାକୁ ବାଧ୍ୟ ହୋଇଛନ୍ତି।
ଅନ୍ୟପକ୍ଷରେ ସଂପ୍ରତି ନିଜ ଦେଶ ଶ୍ରୀଲଙ୍କାରେ ପ୍ରବଳ ଜନ ଅସନ୍ତୋଷ ଓ ଜନ ଆନ୍ଦୋଳନକୁ ସାମନା କରିବାରେ ଅସମର୍ଥ ହୋଇ ନିଜ ଦେଶ ଶ୍ରୀଲଙ୍କା ଛାଡ଼ି ପଳାତକ ସାଜିଛନ୍ତି ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ। ମାଳଦ୍ୱୀପର ରାଜଧାନୀ ମାଲେରେ ସସ୍ତ୍ରୀକ ଆତ୍ମଗୋପନ କରିଥିବା ଶ୍ରୀଲଙ୍କାର ପଳାତକ ରାଷ୍ଟ୍ରପତି ମାଳଦ୍ୱୀପରୁ ସିଙ୍ଗାପୁର ପଳାଇ ଯିବେ ବୋଲି କୁହାଯାଉଛି। ମାଲେରେ ମଧ୍ୟ ତାଙ୍କୁ ବିରୋଧ କରାଯାଉଥିବାରୁ ସେ ସିଙ୍ଗାପୁର ଯିବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/ସ-122.jpg)