୧୯୮୪ରେ ଶିଖ ଦଙ୍ଗା ନୁହେଁ, ଏହା ଥିଲା ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଆଦେଶରେ ନରସଂହାର : ପୂର୍ବତନ ଡିଜି ସୁଲଖାନ ସିଂହ

ନୂଆଦିଲ୍ଲୀ: ଶିଖ ଦଙ୍ଗାକୁ ନେଇ ଏବେ ଜଣେ ପୂର୍ବତନ ଆଇପିଏସ୍ ଅଫିସର୍ ନିଜର ଫେସବୁକରେ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। । ପୂର୍ବତନ ଆଇପିଏସ୍ ଅଫିସର୍ ତଥା ଉତ୍ତର ପ୍ରଦେଶର ପୂର୍ବତନ ଡିଜି ସୁଲଖାନ ସିଂହ ଲେଖିଛନ୍ତି ଯେ ୧୯୮୪ରେ ଶିଖ ଦଙ୍ଗା ନୁହେଁ , ବରଂଏହା ତତକାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଆଦେଶରେ ନରସଂହାର ଥିଲା

। ୧୯୮୦ ବ୍ୟାଚର ଆଇପିଏସ୍ ସୁଲଖାନ ସିଂହ ନିଜ ଫେସ ବୁକରେ ଆହୁରି ମଧ୍ୟ ଲେଖିଛନ୍ତି ଯେ ୧୯୮୪ ଅକ୍ଟୋବର ୩୧ ତାରିଖରେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଦିନ ସେ ପଞ୍ଜାବ ମେଲ୍ ଟ୍ରେନ୍ରେ ଲକ୍ଷ୍ନୌରୁ ବାରଣାସୀ ଯାଉଥିଲେ । ଅମେଥି ଷ୍ଟେସନରେ ଅଟକିଥିବା ସମୟରେ ଜଣେ ବ୍ୟକ୍ତି ଟ୍ରେନ ଭିତରକୁ ଆସି ଇନ୍ଦିରା ଗାନ୍ଧୀଙ୍କୁ ଗୁଳି ମାରି ଦିଆଯାଇଛି ବୋଲି କହିଥିଲେ । ଏ ନେଇ ବାରଣାସୀ ଯାଏଁ କିଛି ବି କଥା ଉଠି ନ ଥିଲା । ଏହା ପରେ ଯୋଜନାବଦ୍ଧ ଭାବରେ ସବୁ କିଛି କରାଗଲା ।

ଯଦି ଜନତାଙ୍କ ରାଗ ଅଧିକ ହୋଇ ଥାଆନ୍ତା ତାହା ହେଲେ ଦଙ୍ଗା ସେହି ଦିନ ହିଁ ହୋଇଥାଆନ୍ତା । କିନ୍ତୁ ଯୋଜନାପୂର୍ବକ ଏହି ନରସଂହାର କରାଗଲା ବୋଲି ସେ ଉଲ୍ଲେଖ କରିଛନ୍ତି । ତତ୍କାଳୀନ କଂଗ୍ରେସ ନେତା ଭଗତ, ଟାଇଟଲର୍, ମାକନ ଓ ସଜ୍ଜନ କୁମାର ଏହାର ମୁଖ୍ୟ ପୁରୋଧା ଥିଲେ ବୋଲି ମଧ୍ୟ ସୁଲଖାନ ସିଂହ ଲେଖିଛନ୍ତି ।

ସମ୍ବନ୍ଧିତ ଖବର