ଚେନ୍ନାଇ : ପୂର୍ବତନ ଡିଏମ୍କେ ସାଂସଦ ଡି ମସ୍ଥାନଙ୍କର ଗତ ସପ୍ତାହରେ ଅଚାନକ ମୃତ୍ୟୁ ହୋଇଯାଇଥିଲା। ତେବେ ଶୁକ୍ରବାର ଜଣାପଡ଼ିଛି ଯେ ଏହା ଏକ ହତ୍ୟା ମାମଲା। ପୁଲିସ ଏହି ମାମଲାରେ ମସ୍ଥାନଙ୍କ ସାନ ଭାଇଙ୍କ ଜ୍ବାଇଁ ଇମ୍ରାନଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି। ସମସ୍ତ ୫ ଜଣଙ୍କୁ ନ୍ୟାୟିକ ହାଜତ ପଠାଯାଇଛି। ମସ୍ଥାନ ୨ ବର୍ଷ ତଳେ ଇମ୍ରାନଙ୍କୁ ୧୫ ଲକ୍ଷ ଟଙ୍କା ଦେଇଥିଲେ। ମସ୍ଥାନଙ୍କ ପୁଅ ବାହାଘର ପାଇଁ ସେ ତାଙ୍କୁ ଏହି ଟଙ୍କା ମାଗିବାରୁ ଇମ୍ରାନ ତାଙ୍କୁ ହତ୍ୟା କରିବାପାଇଁ ଯୋଜନା କରିଥିଲା। ଡିସେମ୍ବର ୨୨ ତାରିଖରେ ମସ୍ଥାନଙ୍କର ମୃତ୍ୟୁ ହେବାପରେ ତାଙ୍କ ପୁଅ ଉରେସ ଶାନବାହସ ପୁଲିସରେ ଅଭିଯୋଗ କରିଥିଲେ। ସନ୍ଦେହଜନକ ମୃତ୍ୟୁ ନେଇ ସେ ଏତଲା ରୁଜୁ କରିଥିଲେ। ପରେ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଲା ଯେ ତାଙ୍କୁ ଶ୍ବାସରୁଦ୍ଧ କରି ମାରିଦିଆଯାଇଛି। ପୁଲିସ ଏହି ମାମଲାରେ ଇମ୍ରାନଙ୍କୁ ଜେରା କରିବାପରେ ତାଙ୍କୁ ଗିରଫ କରିଛି। ଇମ୍ରାନ ମସ୍ଥାନଙ୍କୁ ମାରିବା ପୂର୍ବରୁ ବିଭିନ୍ନ ହତ୍ୟା ଭିଡିଓ ଦେଖିଥିଲା। ସେ ମସ୍ଥାନଙ୍କୁ କାର୍ରେ ଶ୍ବାସରୁଦ୍ଧ କରି ହତ୍ୟା କରିଛି।
ପୂର୍ବତନ ଡିଏମ୍କେ ସାଂସଦ ଡି ମସ୍ଥାନଙ୍କୁ ହତ୍ୟା କରାଯାଇଛି, ମାମଲାରେ ୫ ଗିରଫ
/sambad/media/post_attachments/wp-content/uploads/2023/01/dmk-mp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)