ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଧମକ ଦେଇଥିବା ଅଭି‌ଯୋଗରେ ଏଫ୍‌ବିଆଇର ପୂର୍ବତନ ନିର୍ଦ୍ଦେଶକ ଜେମ୍ସ କମିଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି।  ହୋମ୍‌ଲାଣ୍ଡ ସୁରକ୍ଷା ସଚିବ କ୍ରିସ୍ତି ନୋଏମ୍‌ ଏହା କହିଛନ୍ତି। କମି ଇନଷ୍ଟାଗ୍ରାମ୍‌ରେ ଶାମୁକାକୁ ସଜାଇ ‘୮୬ ୪୭’ ଲେଖିବାର ଆକୃତି ଦେଇଥିଲେ।  ଆମେରିକରେ  ୮୬ର ଅର୍ଥ ହେଉଛି ‘ହଟାଇ ଦେବା’ । ଆଉ ୪୭ର ଅର୍ଥ ହେଉଛି ଆମେରିକାର ୪୭ ତମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।  ତେବେ ଏହି ପୋଷ୍ଟ୍‌କୁ ନେଇ ଜୋରଦାର ବିବାଦ ହେବାରେ କମି ଏହି ପୋଷ୍ଟ୍‌ ହଟାଇ ଦେଇଛନ୍ତି।

Advertisment

କ୍ରିସ୍ତି ନୋଏମ ମଧ୍ୟ ଏକ୍ସରେ ଏକ ପୋଷ୍ଟ୍‌ କରି କହିଛନ୍ତି, ‘ଜେମ୍ସ କମି  ପୋଟସ୍‌ ଟ୍ରମ୍ପଙ୍କ ହତ୍ୟା କଥା କହିଛନ୍ତି।  ଡିଏଚ୍‌ଏସ୍‌ ଏବଂ ସିକ୍ରେଟ୍‌ ସର୍ଭିସ ଏହି ଘଟଣାର ତଦନ୍ତ କରୁଛି   ବୋଲି ସେ କହିଛନ୍ତି।  କମି  କହିଛନ୍ତି ଯେ ବେଳାଭୂମିରେ ଚାଲିବାବେଳେ କିଛି ଶାମୁକା ପାଇଥିଲି ଏବଂ ଏହାକୁ ସଜାଇଥିଲି।  ଏଥି ସହ କିଛି ଖରାପ ଅର୍ଥ ଥିବା ମୁଁ ଜାଣିନାହିଁ।  ମୁଁ ହିଂସାକୁ ବିରୋଧ କରେ। ସେଥିପାଇଁ ମୁଁ ଏହି ପୋଷ୍ଟ୍‌କୁ ହଟାଇ ଦେଇଛି ବୋଲି ସେ କହିଛନ୍ତି।