ପୂର୍ବତନ ଅର୍ଥ ସଚିବ ରାଜୀବ କୁମାର ନୂତନ ନିର୍ବାଚନ କମିସନର ନିଯୁକ୍ତ

ନୂଆଦିଲ୍ଲୀ:  ପୂର୍ବତନ ଅର୍ଥ ସଚିବ ରାଜୀବ କୁମାରଙ୍କୁ ନୂତନ ନିର୍ବାଚନ କମିସନର ଭାବେ ନିଯୁକ୍ତି ଦିଆଯାଇଛି ଅଗଷ୍ଟ ୩୧ ତାରିଖରେ ସେ ବିଦାୟୀ ନିର୍ବାଚନ କମିସନର ଅଶୋକ ଲାଭସାଙ୍କ ସ୍ଥାନ ନେବେ ବୋଲି ଆଇନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି

ସମ୍ବିଧାନର ଧାରା ୩୨୪ () ଅନୁଯାୟୀ,  ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ରାଜୀବ କୁମାରଙ୍କୁ  ନିର୍ବାଚନ କମିସନର ଭାବେ ନିଯୁକ୍ତି ଦେଇଛନ୍ତି।  ନିର୍ବାଚନ କମିସନର ଅଶୋକ ଲାଭସା ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି

ଆଇନ ମନ୍ତ୍ରଣାଳୟ ପକ୍ଷରୁ ଜାରି  ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି, ଆସନ୍ତା ଅଗଷ୍ଟ ୩୧ ତାରିଖ ଦିନ ଅଶୋକ ଲାଭସାଙ୍କ ସ୍ଥାନରେ ରାଜୀବ କୁମାର ଅବସ୍ଥାପିତ ହେବେ ଏହାପୂର୍ବରୁ ଅଗଷ୍ଟ ୧୮ରେ  ନିର୍ବାଚନ କମିସନର ଅଶୋକ ଲାଭସା ଇସ୍ତଫା ଦେବା କଥା ଘୋଷଣା କରିଥିଲେ ଲାଭସା ଆସନ୍ତା ମାସରେ ଫିଲିପାଇନ୍ସସ୍ଥିତ ଏସୀୟ ବିକାଶ ବ୍ୟାଙ୍କ (ଏଡିବି)ରେ ଉପାଧ୍ୟକ୍ଷ ପଦରେ ଯୋଗଦେବେ

ସମ୍ବନ୍ଧିତ ଖବର