କୋଲକାତା: ବିଜେପିରେ ଯୋଗ ଦେବାର ମାତ୍ର ୨୪ ଘଣ୍ଟା ନ ପୂରୁଣୁ ପୂର୍ବତନ ଭାରତୀୟ ଫୁଟବଲ ଖେଳାଳୀ ମେହତାବ ହୋସେନ୍ ବିଜେପି ସମେତ ପୂରା ରାଜନୀତି ଛାଡ଼ି ଦେଇଛନ୍ତି। କୋଲକାତାର ‘ମିଡ୍ ଫିଲ୍ଡ ଜେନେରାଲ’ ଭାବେ ପରିଚିତ ତଥା ପୂର୍ବତନ ଇଷ୍ଟ ବେଙ୍ଗଲ କ୍ୟାପଟେନ ହୋସେନ କହିଛନ୍ତି, ରାଜନୀତି ଛାଡ଼ିବା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ଆଜିଠାରୁ ସେ କୌଣସି ରାଜନୈତିକ ଦଳ ସହ ସାମିଲ ନାହାନ୍ତି ଏବଂ ତାଙ୍କର ଏଭଳି ନିଷ୍ପତ୍ତି ପାଇଁ ତାଙ୍କୁ କ୍ଷମା କରିଦେବାକୁ ହୋସେନ ନିଜ ପ୍ରଶଂସକମାନଙ୍କୁ ନିବେଦନ କରିଛନ୍ତି। ହୋସେନ କହିଛନ୍ତି, ଯେଉଁ ଅସହାୟ ଲୋକଙ୍କୁ ସହାୟତା ପାଇଁ ସେ ରାଜନୀତିରେ ଯୋଗ ଦେଇଥିଲେ, ତାହା ସଫଳ ହୋଇ ପାରିବ ନାହିଁ ଜାଣିବା ପରେ ସେ ବିଜେପି ଛାଡ଼ିଦେଲେ। କେବଳ ବିଜେପି ନୁହେଁ ବରଂ ସମ୍ପୂର୍ଣ୍ଣ ରାଜନୀତି ଛାଡ଼ି ଦେଇଛନ୍ତି ବୋଲି ହୋସେନ କହିଛନ୍ତି। ହୋସେନ ଭାରତ ପାଇଁ ୩୦ଟି ମ୍ୟାଚ୍ ଖେଳିଛନ୍ତି।
ବିଜେପିରେ ଯୋଗଦେବାର ୨୪ ଘଣ୍ଟା ନ ପୂରୁଣୁ, ରାଜନୀତି ଛାଡ଼ିଲେ ପୂର୍ବତନ ଫୁଟବଲ ଖେଳାଳୀ ମେହତାବ ହୋସେନ
/sambad/media/post_attachments/wp-content/uploads/2020/07/fjh7dj87dg98j7dg98jdgjdgjdgjdggjgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)