ମୋଦିଙ୍କ ୨.୦ କ୍ୟାବିନେଟରେ ସାମିଲ ହେବେ ପୂର୍ବତନ ବୈଦେଶିକ ମନ୍ତ୍ରାଳୟ ସଚିବ ଏସ୍‌. ଜୟଶଙ୍କର!

ନୂଆଦିଲ୍ଲୀ: ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଓ ମୋଦିଙ୍କ ନୂତନ କ୍ୟାବିନେଟକୁ ନେଇ ଏବେ ଦେଶର ରାଜନୀତି ସରଗରମ ରହଛି। ନିର୍ବାଚନରେ ବିଜୟଲାଭ କରିଥିବା ବହୁ ବରିଷ୍ଠ ଦଳୀୟ ନେତା କ୍ୟାବିନେଟରେ ମନ୍ତ୍ରୀ ପଦ ପାଇଁ ଲାଳାୟିତ ଥାଇ ‘ଫୋନ୍‌କଲ୍‌’କୁ ଚାତକ ପରି ଅନାଇ ରହଥିବା ବେଳେ ଏଯାବତ୍‌ ଫୋନ୍‌କଲ୍‌ ସେମାନଙ୍କ ନିକଟରେ ପହଞ୍ଚି ନାହିଁ।

ହେଲେ, ଏପ୍ରକାର ସ୍ଥିତିରେ କିନ୍ତୁ ମୋଦିଙ୍କ ୧.୦ ପ୍ରଧାନମନ୍ତ୍ରିତ୍ୱ କାଳରେ ଜଣେ ପ୍ରଶାସକ ତଥା ବୈଦେଶିକ ମନ୍ତ୍ରାଳୟରେ ପୂର୍ବତନ ସଚିବ ରହିଥିବା ସୁବ୍ରମଣ୍ୟମ ଜୟଶଙ୍କର ଏଥର ମୋଦିଙ୍କ ମୋଦି ୨.୦ ପ୍ରଧାନମନ୍ତ୍ରିତ୍ୱ କାଳରେ ତାଙ୍କ କ୍ୟାବିନେଟରେ ଜଣେ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବା ଜୋରସୋରରେ ଚର୍ଚ୍ଚା ଆଲୋଚନା ଚାଲିଛି। ଖୋଦ୍‌ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ନିଜ ବାସଭବନକୁ ଡକାଇ ତାଙ୍କ ସହ ଏସଂପର୍କରେ ଆଲୋଚନା କରି ସାରିଥିବା ଜାଣିବାକୁ ମିଳିଛି।


ଉଲ୍ଲେଖଯୋଗ୍ୟ, ସୁବ୍ରମଣ୍ୟମ ଜୟଶଙ୍କର ମୋଦିଙ୍କ ୧.୦ ପ୍ରଧାନମନ୍ତ୍ରିତ୍ୱ କାଳରେ ୨୦୧୫ ଜାନୁଆରିରୁ ୨୦୧୮ ଜାନୁଆରି ପର୍ଯ୍ୟନ୍ତ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ସଚିବ ରହିବା ପରେ ଅବସର ଗ୍ରହଣ କରିଥିଲେ। ପଦ୍ୱ ସମ୍ବାନରେ ସମ୍ମାନିତ୍‌ ସୁବ୍ରମଣ୍ୟମ ଜୟଶଙ୍କର ଅବସର ଗ୍ରହଣ ପରେ ଟାଟା ସନସ୍‌ରେ ଗ୍ଲୋବାଲ କର୍ପୋରେଟ୍‌ ଆଫେୟାର୍ସର ପ୍ରେସିଡେଣ୍ଟ ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର