କରୋନା ଆକ୍ରାନ୍ତ ହେଲେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କର ସିଂ ବାଘେଲା

ଅହମଦାବାଦ: ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କର ସିଂ ବାଘେଲା ଶନିବାର କରୋନାଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷା କରିଛନ୍ତି। ତାଙ୍କର ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ଏବେ ତାଙ୍କୁ ଘରେ ଆଇସୋଲେସନରେ ରଖାଯାଇଛି | ଗତ ୨-୩ଦିନ ହେଲା ସେ ଜ୍ୱରରେ ପୀଡିତ ଥିଲେ ବୋଲି ତାଙ୍କ ଆଇଟି ଏବଂ ମିଡିଆ ଦାୟିତ୍ୱରେ ଥିବା ପରଥେସ ପଟେଲ କହିଛନ୍ତି।

ସେ ଗତ ତିନି ଦିନ ଧରି ଜ୍ୱରରେ ପୀଡିତ ଥିଲେ | ତେଣୁ ସ୍ପଷ୍ଟ ହେବା ପାଇଁ ତାଙ୍କର କୋଭିଡ-୧୯ ପରୀକ୍ଷା କରାଯାଇଥିଲା । ଏବେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି | ରିପୋର୍ଟ ଆସିବା ପରେ ସେ ଗାନ୍ଧିନଗରରେ ଥିବା ତାଙ୍କ ଘରେ ଆଇସୋଲେସନ ରହିଥିବା ପଟେଲ କହିଛନ୍ତି।

Gujarat: Shankersinh Vaghela tests positive for Covid-19 - The ...
Business Line

ପଟେଲଙ୍କ କହିବା ଅନୁଯାଇ, ତାଙ୍କ ମଧ୍ୟରେ ଏକମାତ୍ର ଜ୍ୱରର ଲକ୍ଷଣ ଦେଖାଯାଇଥିଲା | ସେ କାହା ସଂସ୍ପର୍ଶରେ ଆସି କରୋନା ଭୂତାଣୁ ଦ୍ୱାରା ଶିକାର ହୋଇଛନ୍ତି ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏବେ ସେ ନିଜ ବାସଭବନରେ ରହିଛନ୍ତି | ଗତ କିଛି ଦିନ ହେବ ବିଭିନ୍ନ ଡାକ୍ତରଖାନା ଏବଂ କୋଭିଡ କେୟାର ସେଣ୍ଟର ପରିଦର୍ଶନ କରି ରୋଗୀଙ୍କୁ ଭେଟିଥିବା ବେଳେ ସେ ସମୟରେ ସେ କରୋନା ଭୂତାଣୁ ସଂସ୍ପର୍ଶରେ ଆସିଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି |

ସମ୍ବନ୍ଧିତ ଖବର