ଜେଲ୍‌ରୁ ମୁକୁଳିଲେ ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀ ଓ ପି ଚୌତାଲା

ନୂଆଦିଲ୍ଲୀ : ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀ ଓମ୍‌ ପ୍ରକାଶ ଚୌତାଲା ଆଜି ତିହାର ଜେଲ୍‌ରୁ ମୁକୁଳିଛନ୍ତି। ଶିକ୍ଷକ ନିଯୁକ୍ତି ସଂକ୍ରାନ୍ତ ଏକ ଦୁର୍ନୀତି ମାମଲାରେ ତାଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ ହୋଇଥିଲା। ତେବେ ୮୬ ବର୍ଷୀୟ ଚୌତାଲା ନିକଟରେ ପାରୋଲ୍‌ରେ ବାହାରକୁ ଆସିଥିଲେ। ଆଜି ସେ ତିହାର ଜେଲ୍‌ରେ ଉପସ୍ଥିତ ରହି ସମସ୍ତ ଔପଚାରିକତା ଶେଷ କରିବା ପରେ ଜେଲ୍‌ରୁ ମୁକୁଳିଛନ୍ତି। ଚୌତାଲା ୯ ବର୍ଷ ୯ ମାସ ଜେଲ୍‌ରେ ରହି ସାରିଛନ୍ତି। ୨୦୧୩ରେ ଚୌତାଲାଙ୍କୁ ଜେଲ୍‌ଦଣ୍ଡ ହୋଇଥିଲା। ତେବେ ମାର୍ଚ୍ଚ ୨୬, ୨୦୨୦ରୁ ସେ ଏମର୍ଜେନ୍ସି ପାରୋଲ୍‌ରେ ଥିଲେ। ଉଲ୍ଲେଖ‌ଯୋଗ୍ୟ ୨୦୦୦ ମସିହାରେ ୩,୨୦୬ ବେଆଇନ ଶିକ୍ଷକ ନିଯୁକ୍ତି ମାମଲାରେ ଓ ପି ଚୌତାଲା, ତାଙ୍କ ପୁଅ ଅଜୟ ଚୌତାଲା ଏବଂ ଅନ୍ୟ ୫୩ ଜଣ ଦୋଷୀସାବ୍ୟସ୍ତ ହୋଇଥିଲେ। ସମସ୍ତଙ୍କୁ ଜାନୁଆରି ୨୦୧୨ରେ ‌ଜେଲ୍‌ ଦଣ୍ଡାଦେଶ ହୋଇଥିଲା।

ସମ୍ବନ୍ଧିତ ଖବର