୨୮ ବର୍ଷ ପୁରୁଣା ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ଆଇପିଏସ୍ ଅଧିକାରୀ ସଞ୍ଜୀବ ଭଟ୍ଟ

ଗାନ୍ଧୀନଗର : ୧୯୯୬ରେ ଏକ ଡ୍ରଗ୍ସ ଜବତ ମାମଲାରେ ଗୁଜୁରାଟର ଏକ ଅଦାଲତ ପୂର୍ବତନ ଆଇପିଏସ୍ ଅଧିକାରୀ ସଞ୍ଜୀବ ଭଟ୍ଟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏନଡିପିଏସ ମାମଲାରେ ସଞ୍ଜୀବ ଭଟ୍ଟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ପାଲନପୁର କୋର୍ଟ । ଆସନ୍ତାକାଲି ସଞ୍ଜୀବ ଭଟ୍ଟଙ୍କୁ କୋର୍ଟଚାଲାଣ କରାଯିବ। ଆଜି ସଞ୍ଜୀବ ଭଟ୍ଟଙ୍କୁ କୋର୍ଟରୁ ପାଲନପୁର ଉପକାରାଗାରକୁ ନିଆଯାଇଥିଲା। ସଞ୍ଜୀବ ୧୯୯୬ ମସିହାରେ ପଲାନପୁରର ଏକ ହୋଟେଲରେ ରାଜସ୍ଥାନର ଜଣେ ଓକିଲଙ୍କ କୋଠରୀରେ ଡ୍ରଗ୍ସ ଗଚ୍ଛିତ ରଖିବା, ଦୋକାନ ଖାଲି କରିବାକୁ ଧମକ ଦେବା ଏବଂ ଓକିଲଙ୍କୁ ପ୍ରଲୋଭନ ଦେଖାଇଥିବା ଅଭିଯୋଗ ହୋଇଥିଲା। ୨୦୧୮ ସେପ୍ଟେମ୍ବର ୫ତାରିଖରେ ସଞ୍ଜୀବ ଭଟ୍ଟଙ୍କୁ ସିଆଇଡି କ୍ରାଇମ ଗିରଫ କରିଥିଲା।

ଗତ ବର୍ଷ ଅଗଷ୍ଟ ମାସରେ ଗୁଜରାଟ ହାଇକୋର୍ଟ ୨୭ ବର୍ଷ ପୁରୁଣା ଡ୍ରଗ୍ସ ଲଗାଇବା ମାମଲାରେ ପୂର୍ବତନ ଆଇପିଏସ୍ ଅଧିକାରୀ ସଞ୍ଜୀବ ଭଟ୍ଟଙ୍କ ବିରୋଧରେ ରୁଜୁ ହୋଇଥିବା ଏଫଆଇଆରକୁ ରଦ୍ଦ କରିବା ପାଇଁ ହୋଇଥିବା ଆବେଦନକୁ ଖାରଜ କରିଦେଇଥିଲେ। ବିଚାରପତି ସମୀର ଦବେ ଏତଲାକୁ ରଦ୍ଦ କରିବା ପାଇଁ ଭଟ୍ଟଙ୍କ ଆବେଦନକୁ ଖାରଜ କରିବା ସହ ଭଟ୍ଟଙ୍କ ଓକିଲଙ୍କ ଅନୁରୋଧ ସତ୍ତ୍ୱେ ତୁରନ୍ତ ଆଦେଶର ପ୍ରଭାବ ଉପରେ ରୋକ୍ ଲଗାଇବା କିମ୍ବା ଏକ ମାସ ପାଇଁ ଶୁଣାଣି ପ୍ରକ୍ରିୟା ଉପରେ ରୋକ୍ ଲଗାଇବାକୁ ମନା କରିଦେଇଥିଲେ।

ସମ୍ବନ୍ଧିତ ଖବର