ପ୍ରୟାଗରାଜ୍ (ୟୁପି): ଇନ୍ସ୍ପେକ୍ଟର ଜେନେରାଲ୍ ଅଫ୍ ପୁଲିସ୍ରୁ ‘ଦୁସରୀ ରାଧା’ ବନିଥିବା ଡି କେ ପଣ୍ଡା ଜଣେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ୩୮୧ କୋଟି ଟଙ୍କାର ଠକେଇ ଅଭିଯୋଗ ଆଣିଛନ୍ତି। ଏନେଇ ପ୍ରୟାଗରାଜ ଅଧୀନସ୍ଥ ଧୋମଙ୍ଗଞ୍ଜ ପୁଲିସ୍ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି।
ଏହି ଠକେଇରେ ଆତଙ୍କବାଦୀ ଲିଙ୍କ ଦର୍ଶାଇ ପୂର୍ବତନ ଆଇପିଏସ୍ ଅଧିକାରୀ ପଣ୍ଡା କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କିମ୍ବା ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ତଦନ୍ତ ଦାବି କରିଛନ୍ତି। ପଣ୍ଡା ଆଣିଥିବା ଅଭିଯୋଗକୁ ଭିତ୍ତି କରି ବିଏନଏସର ଧାରା ୩୫୧ (୪) (ଅପରାଧିକ ଭୟଭୀତତା) ଏବଂ ୩୧୮ (୪) (ପ୍ରତାରଣା) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।
ଡି କେ ପଣ୍ଡା ହେଉଛନ୍ତି ଓଡ଼ିଶା ବାସିନ୍ଦା ତଥା ୧୯୭୧ ମସିହା ବ୍ୟାଚ୍ ଆଇପିଏସ୍ ଅଧିକାରୀ। ସେ ସେହି ସମୟରେ କହିଥିଲେ ଯେ ଭଗବାନ କୃଷ୍ଣଙ୍କୁ ତାଙ୍କ ସ୍ୱପ୍ନରେ ଦେଖିଥିଲେ, ଯାହା ତାଙ୍କ ଜୀବନକୁ ବଦଳାଇ ଦେଇଥିଲା ଏବଂ ସେ ସେବେଠାରୁ ଦ୍ୱିତୀୟ ରାଧା ପାଲଟି ଯାଇଥିଲେ।। ପଣ୍ଡା ସ୍ବେଚ୍ଛାକୃତ ଅବସର ନେବା ପରେ ଶାଢ଼ୀ ଓ ସିନ୍ଦୂର ପରିଧାନ କରୁଥିଲେ। ୨୦୦୫ ମସିହାରେ ସେ ସ୍ବେଚ୍ଛାକୃତ ଅବସର ନେଇଥିଲେ।
ଅକ୍ଟୋବର ୨୫ ତାରିଖ ଦିନ ଧୋମଙ୍ଗଞ୍ଜ ପୁଲିସ ଷ୍ଟେସନରେ ଦାଖଲ କରିଥିବା ତାଙ୍କ ଅଭିଯୋଗରେ ପଣ୍ଡା କହିଛନ୍ତି ଯେ ଆଜି ଅପରାହ୍ନ ୩.୨୫ ସମୟରେ ଆରବ ଶର୍ମା ନାମରେ ଜଣେ ବ୍ୟକ୍ତି ହ୍ବାଟ୍ସଆପ୍ କଲ୍ରେ ମୋତେ ଗାଳିଗୁଲଜ କରିଥିଲେ। ପଣ୍ଡାଙ୍କ କହିବା ମୁତାବକ ସେ ଅନ୍ଲାଇନ୍ ଟ୍ରେଡିଂରୁ ଉଚ୍ଚ ରକମର ଅର୍ଥ ରାଶି (୩୮୧ କୋଟି ଟଙ୍କା) ଅର୍ଜନ କରିଥିଲେ। ମାତ୍ର ଟଙ୍କା ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍କୁ ନଆସିବାରୁ ସେ ‘ଫିନିନିକ୍ସଗ୍ରୁପ୍’ର ଆରବ ଶର୍ମାଙ୍କ ସଂସ୍ପର୍ଶରେ ଆସିଥିଲେ। ଆରବ ତାଙ୍କ ମାମଲାର ସମାଧାନ କରିବାକୁ ପଣ୍ଡାଙ୍କୁ ୮ ଲକ୍ଷ ଟଙ୍କା ଦେବାକୁ କହିଥିଲେ। ପଣ୍ଡା ମନାକରିବାରୁ ଆରବ ତାଙ୍କୁ ଗାଳିଗୁଲଜ କରିଥିଲେ। ବାକି ଟଙ୍କା ବି ଏଯାଏ ତାଙ୍କ ଆକାଉଣ୍ଟ୍କୁ ଆସିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/10/30/nmD4cu6VlrF3LuV1exw4.jpg)