ବିଜେପିରେ ଯୋଗଦେଲେ ପଶ୍ଚିମ ମେଦିନୀପୁରର ପୂର୍ବତନ ଏସ୍‌ପି ଭାରତୀ ଘୋଷ

ନୂଆଦିଲ୍ଲୀ: ବିଜେପିରେ ଯୋଗଦେଲେ ପଶ୍ଚିମ ମେଦିନୀପୁରର ପୂର୍ବତନ ଏସ୍‌ପି ଭାରତୀ ଘୋଷ। ଭାରତୀ ଘୋଷ ବିଜେପିରେ ଯୋଗଦେବା ପୂର୍ବରୁ ପଶ୍ଚିମ ମେଦିନୀପୁରର ଏସ୍‌ପି ଭାବେ ୬ ବର୍ଷ ଧରି କାର୍ଯ୍ୟ କରିଥିଲେ। ତେବେ ଦୁଇଦିନ ତଳେ ସେ ଆଇପିଏସ୍‌ ପଦରୁ ଇସ୍ତଫା ଦେଇଥିଲେ। ଶ୍ରୀମତୀ ଘୋଷ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ, ବିଜେପି ନେତା କୈଲାସ ବିଜୟଭର୍ଗିୟା ଓ ମୁକୁଲ ରୟଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି।

ଭାରତୀ ଘୋଷ ପଶ୍ଚିମ ମେଦିନୀପୁରର ଏସ୍‌ପି ଭାବେ ୬ ବର୍ଷ କାମ କରିଥିଲେ। ସେ ୨୦୧୪ ମସିହା ଅଗଷ୍ଟ ୧୫ରେ ପୁଲିସ ମେଡାଲ ମଧ୍ୟ ପାଇଥିଲେ। ଶ୍ରୀମତୀ ଭାରତୀଙ୍କୁ ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ବଦଳି କରିଥିଲେ। ସେହିପରି ୨୦୧୬ ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟ ତାଙ୍କର ବଦଳି ହୋଇଥିଲା। ଏହାପରେ ତାଙ୍କୁ ପଶ୍ଚିମବଙ୍ଗ ରାଜ୍ୟ ସଶସ୍ତ୍ର ବଳର କମାଣ୍ଡାଣ୍ଟ ଭାବେ ତୃତୀୟ ବାଟାଲିୟନକୁ ୨୦୧୮ ଡିସେମ୍ବର ୨୬ରେ ବଦଳି କରାଯାଇଥିଲା। ତେବେ ଦୁଇଦିନ ତଳେ ସେ ଆଇପିଏସ୍‌ ପଦରୁ ଇସ୍ତଫା ଦେଇଥିଲେ।

ସମ୍ବନ୍ଧିତ ଖବର