ନୂଆଦିଲ୍ଲୀ: ନିଷିଦ୍ଧ ସଂଗଠନ ‘ଷ୍ଟୁଡେଣ୍ଟସ୍ ଇସ୍ଲାମିକ୍ ମୁଭମେଣ୍ଟ ଇନ୍ ଇଣ୍ଡିଆ (ସିମି)ର ପୂର୍ବତନ କର୍ମକର୍ତ୍ତା ତଥା ପୁଣେ ଆଇଏସ୍ଆଇଏସ୍ ମଡ୍ୟୁଲ୍ର ମୁଖ୍ୟ ସଂଚଳକ ସାକିବ ନାଚନ୍ର ଦିଲ୍ଲୀର ସଫ୍ଦରଜଙ୍ଗ ହସ୍ପିଟାଲରେ ମୃତ୍ୟୁ ଘଟିଛି। ୫୭ ବର୍ଷୀୟ ନାଚନ୍ର ମସ୍ତିଷ୍କଘାତ ହୋଇଥିଲା। ନାଚନ୍ ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ର ଭାରତୀୟ ମୁଖ୍ୟ ଭାବେ ପୂର୍ବରୁ ନିୟୋଜିତ ଥିଲା ଏବଂ ମହାରାଷ୍ଟ୍ରର ଥାଣେ ଜିଲ୍ଲାର ପଡ଼ଘାରେ ରହୁଥିଲା।
୨୦୨୩ରେ ଏନ୍ଆଇଏ ଆଇଏସ୍ ଆଇଏସ୍ ଆତଙ୍କବାଦୀଙ୍କ ବିରୋଧରେ ଦେଶବ୍ୟାପୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ଏହି ସମୟରେ ନାଚନ୍କୁ ମଧ୍ୟ ଗିରଫ କରାଯାଇଥିଲା। ନାଚନ୍ ବର୍ତ୍ତମାନ ତିହାର ଜେଲରେ ଥିଲା ଏବଂ ଜୁନ୍ ୨୪ ତାରିଖରେ ତାକୁ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତରଖାନାରେ ତା’ର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତାକୁ ମସ୍ତିଷ୍କଘାତ ହୋଇଥିବା ଡାକ୍ତରମାନେ କହିଛନ୍ତି। ଆଜିମଧ୍ୟାହ୍ନ ୧୨ଟା ବେଳେ ନାଚନ୍ର ମୃତ୍ୟୁ ଘଟିଥିବା ଜେଲ୍ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ। ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି। ପୁଣେ ଆଇଏସ୍ ମଡ୍ୟୁଲ୍ର ମୁଖ୍ୟ ରହିଥିବା ନାଚନ୍ର ମୃତ୍ୟୁ ପରେ ଭିଵାଣ୍ଡି ଏବଂ ପଡ଼ଘାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ତା’ର ଅନ୍ତିମ ସଂସ୍କାର ପୂର୍ବରୁ ସମଗ୍ର ଅଞ୍ଚଳ ପୁଲିସ ଆଲର୍ଟରେ ରହିଛି।
ଭାରତରେ ଆଇଏସ୍ର ପୂର୍ବ ମୁଖ୍ୟ ସଂଚାଳକ ସାକିବ ନାଚାନ୍ର ମୃତ୍ୟୁ
ନିଷିଦ୍ଧ ସଂଗଠନ ‘ଷ୍ଟୁଡେଣ୍ଟସ୍ ଇସ୍ଲାମିକ୍ ମୁଭମେଣ୍ଟ ଇନ୍ ଇଣ୍ଡିଆ (ସିମି)ର ପୂର୍ବତନ କର୍ମକର୍ତ୍ତା ତଥା ପୁଣେ ଆଇଏସ୍ଆଇଏସ୍ ମଡ୍ୟୁଲ୍ର ମୁଖ୍ୟ ସଂଚଳକ ସାକିବ ନାଚନ୍ର ଦିଲ୍ଲୀର ସଫ୍ଦରଜଙ୍ଗ ହସ୍ପିଟାଲରେ ମୃତ୍ୟୁ ଘଟିଛି। ୫୭ ବର୍ଷୀୟ ନାଚନ୍ର ମସ୍ତିଷ୍କଘାତ ହୋଇଥିଲା।
/sambad/media/media_files/2025/06/29/mqozsdafg-2025-06-29-07-19-28.jpg)