ବେଙ୍ଗାଲୁରୁ: ଇସ୍ରୋର ପୂର୍ବତନ ମୁଖ୍ୟ, ନୂଆ ଜାତୀୟ ଶିକ୍ଷା ନୀତି (ଏନ୍ଇପି)ର ଡ୍ରାଫ୍ଟିଂ କମିଟି ଅଧ୍ୟକ୍ଷ ତଥା ପଦ୍ମବିଭୂଷଣ କେ କସ୍ତୁରୀରଙ୍ଗନଙ୍କର ଶୁକ୍ରବାର ସକାଳେ ବେଙ୍ଗାଲୁରୁସ୍ଥିତ ନିଜ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୮୪ ବର୍ଷ ହୋଇଥିଲା। ଆସନ୍ତା ୨୭ ତାରିଖରେ ଶେଷ ଦର୍ଶନ ପାଇଁ ତାଙ୍କ ମୃତଦେହକୁ ରମଣ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ (ଆର୍ଆର୍ଆଇ)ରେ ରଖାଯିବ। ଏନ୍ଇପିରେ ତାଲିକାଭୁକ୍ତ ଶିକ୍ଷା ସଂସ୍କାର ପଛରେ ଥିବା ବ୍ୟକ୍ତି ଭାବରେ ଜଣାଶୁଣା କସ୍ତୁରୀରଙ୍ଗନ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟର କୁଳପତି ଓ କର୍ଣ୍ଣାଟକ ଜ୍ଞାନ ଆୟୋଗର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ। ସେ ରାଜ୍ୟସଭାର ସଦସ୍ୟ (୨୦୦୩-୦୯) ଏବଂ ତତ୍କାଳୀନ ଯୋଜନା ଆୟୋଗର ସଦସ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। କସ୍ତୁରୀରଙ୍ଗନ ଏପ୍ରିଲ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ବାଙ୍ଗାଲୋରର ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସଡ୍ ଷ୍ଟଡିଜ୍ର ନିର୍ଦ୍ଦେଶକ ମଧ୍ୟ ଥିଲେ।
ଇସ୍ରୋର ପୂର୍ବତନ ମୁଖ୍ୟ କସ୍ତୁରୀରଙ୍ଗନଙ୍କ ପରଲୋକ
ସ୍ରୋର ପୂର୍ବତନ ମୁଖ୍ୟ, ନୂଆ ଜାତୀୟ ଶିକ୍ଷା ନୀତି (ଏନ୍ଇପି)ର ଡ୍ରାଫ୍ଟିଂ କମିଟି ଅଧ୍ୟକ୍ଷ ତଥା ପଦ୍ମବିଭୂଷଣ କେ କସ୍ତୁରୀରଙ୍ଗନଙ୍କର ଶୁକ୍ରବାର ସକାଳେ ବେଙ୍ଗାଲୁରୁସ୍ଥିତ ନିଜ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୮୪ ବର୍ଷ ହୋଇଥିଲା।
/sambad/media/media_files/2025/04/26/mQmExAHhzCpDKIouEkJe.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)