କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କୁ କରୋନା, ଟ୍ବିଟ୍‌ କରି ଦେଲେ ସୂଚନା

ବେଙ୍ଗାଲୁର: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୟା କୋଭିଡ-୧୯ ଆକ୍ରାନ୍ତ ହୋଇଛନ୍ତି। ସେ ତାଙ୍କ ବ୍ୟକ୍ତିଗତ ଟ୍ବିଟର୍‌ ଆକାଉଣ୍ଟ୍‌ର ସହାୟତା ନେଇ ଲେଖିଛନ୍ତି, ‘ମୁଁ କୋଭିଡ୍‌-୧୯ ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛି। ମୋ ସହିତ ଯୋଗାଯୋଗରେ ଆସିଥିବା ସମସ୍ତଙ୍କୁ ମୁଁ ଅନୁରୋଧ କରୁଛି ଯେ ସେମାନେ ନିଜ ନିଜର ପରୀକ୍ଷା କରାଇ କ୍ବାରେଣ୍ଟାଇନ୍‌ରେ ରୁହନ୍ତୁୁ।’

ଶନିବାର ଦେଶର ଅନ୍ୟ ଦୁଇ ଶୀର୍ଷ ସ୍ତରୀୟ ନେତା ମଧ୍ୟ କୋଭିଡ୍‌-୧୯ ଆକ୍ରାନ୍ତ ହୋଇଥିଲେ। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍‌‌ ୟେଦୁରପ୍ପା ମଧ୍ୟ କରୋନା ଆକ୍ରାନ୍ତ ବୋଲି ଜଣା ପଡ଼ିଥିଲେ।

 

ଶାହା ଏକ  ଟ୍ବିଟ୍‌ ପୋଷ୍ଟ୍‌ କରି ଲେଖିଥିଲେ ଯେ, ‘କରୋନାର ପ୍ରାଥମିକ ଲକ୍ଷଣ ଦେଖା ଦେବା ପରେ ମୁଁ କରୋନା ଭାଇରସ୍‌ ପରୀକ୍ଷଣ କଲି ଓ ରିପୋର୍ଟ ପଜିଟିଭ୍‌ ବାହାରିଲା। ମୁଁ ସୁସ୍ଥ ଅଛି ମାତ୍ର ଡାକ୍ତରଙ୍କ କହିବା ହେତୁ ମୁଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛି।’

ସେହିପରି ୟେଦୁରପ୍ପା ମଧ୍ୟ ନିଜ ଟ୍ବିଟ୍‌ର ଆକାଉଣ୍ଟ୍‌ରେ ସେ କରୋନା ପଜିଟିଭ୍‌ ଥିବା କଥା ପ୍ରକାଶ କରିଥିଲେ। ତାଙ୍କ ଝିଅ ବିୱାଇ ପଦ୍ମାବତୀ ମଧ୍ୟ ଏହି ଭାଇରସ୍‌ ଦ୍ବାରା ଆକ୍ରାନ୍ତ ହୋଇଥିବା ଜାଣିବାକୁ ମିଳିଛି।

 

ସମ୍ବନ୍ଧିତ ଖବର