ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ଦେହାନ୍ତ

କୋଲ୍‌କାତା: ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କର ସୋମବାର ଦିନ ପରଲୋକ ହୋଇଯାଇଛି। ହୃଦ୍‌ଘାତରେ ଆକ୍ରାନ୍ତ ହେବା ପରେ ତାଙ୍କୁ କୋଲ୍‌କାତାର ଏକ ଡାକ୍ତରଖାନାରେ ଭେଣ୍ଟିଲେଟର୍‌ରେ ସହାୟତାରେ ରଖାଯାଇଥିଲା।

୮୯ ବର୍ଷିୟ ଚାଟାର୍ଜୀ ବୃକ୍କକଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ। ମଙ୍ଗଳବାର ଦିନ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ବର୍ଷିୟାନ୍‌ ରାଜନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଏକ ୧୨ ଜଣିଆ ଡାକ୍ତରୀ ଦଳ ଦୃଷ୍ଟି ରଖିଥିଲେ।

ଗତ ମାସରେ ଚାଟାର୍ଜୀ ହେମୋରେଜିକ୍‌ ଷ୍ଟ୍ରୋକ୍‌ର ଶିକାର ହୋଇଥିଲେ।

ଚାଟାର୍ଜୀ ୧୦ ଥର ଲୋକସଭା ସାଂସଦ ହୋଇଥିଲେ ଓ ସିପିଆଇ (ଏମ୍‌)ର କେନ୍ଦ୍ରୀୟ କମିଟି ସଦସ୍ୟ ଥିଲେ। ୧୯୬୮ ମସିହାରେ ସେ ରାଜନୀତି ଦୁନିଆରେ ପାଦ ଦେଇଥିଲେ।

୨୦୦୪ ରୁ ୨୦୦୯ ଯାଏଁ ସେ ଲୋକସଭାରେ ବାଚସ୍ପତି ହୋଇଥିଲେ।

ଉପା-୧ ସରକାରରୁ ତାଙ୍କ ଦଳ ସମର୍ଥନ ପ୍ରତ୍ୟାହାର କରି ନେବା ପରେ ବାଚସ୍ପତି ପଦରୁ ଇସ୍ତଫା ନ ଦେବାରୁ ଏହି ବର୍ଷିୟାନ୍‌ ନେତାଙ୍କୁ ୨୦୦୮ରୁ ସିପିଆଇ (ଏମ୍‌) ଦଳରୁ ବହିଷ୍କୃତ ହୋଇଥିଲେ।

ସମ୍ବନ୍ଧିତ ଖବର