ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବର ୧୪ ତାରିଖରେ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ। ଅଧିବେଶନ କାଳରେ ପୂର୍ବତନ ସାଂସଦ ଓ ବିଧାୟକଙ୍କୁ ସଂସଦରେ ପ୍ରବେଶ ଉପରେ ରୋକ୍ ଲଗାଯାଇଛି। କେବଳ ପୂର୍ବତନ ସାଂସଦ ଓ ବିଧାୟକ ନୁହନ୍ତି, ସେମାନଙ୍କର ସଚିବ ଓ ସହାୟକମାନଙ୍କୁ ମଧ୍ୟ ସଂସଦରେ ପ୍ରବେଶକୁ ବାରଣ କରାଯାଇଛି। ଏ ନେଇ ଲୋକସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି। କରୋନା ମହାମାରୀ ସମୟରେ ଆରମ୍ଭ ହେବାକୁଥିବା ମୌସୁମୀ ଅଧିବେଶନ ପାଇଁ ଲୋକସଭା ସଚିବାଳୟ ପକ୍ଷରୁ ଏକାଧିକ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଲୋକସଭା ସଚିବାଳୟ ପକ୍ଷରୁ ଜାରି କରାଯାଇଥିବା ପରାମର୍ଶବଳୀ ଅନୁସାରେ ଚଳିତ ମୌସୁମୀ ଅଧିବେଶନରେ କେବଳ ସାଂସଦମାନେ ହିଁ ଏକାକୀ ସଂସଦ ଭବନକୁ ଆସିବେ। ନିଜ ସହିତ କୌଣସି ଦର୍ଶକଙ୍କୁ ସେମାନେ ସଂସଦକୁ ଆଣିପାରିବେନାହିଁ।
କରୋନା ପାଇଁ ସତର୍କତାମୂଳକ ପଦକ୍ଷେପ: ପୂର୍ବତନ ସାଂସଦ, ବିଧାୟକଙ୍କୁ ସଂସଦ ମନା
/sambad/media/post_attachments/wp-content/uploads/2020/03/parliament-generic-parliament-house-generic_650x400_81440786794.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)